ଗର୍ଭାବସ୍ଥାରେ ଲଢିଥିଲେ ମୃତ୍ୟୁ ସହ

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ନିଜର ମା’ ହେବାର ଅନୁଭବ ବଖାଣିଛନ୍ତି । ଏହି ସମୟରେ ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦିୟା ମିର୍ଜା ୩୯ ବର୍ଷରେ ନିଜ ପୁଅ ଅୟାନ୍‌ ଆଜାଦ୍‌ଙ୍କୁ ଜନ୍ମ ଦେଇଛନ୍ତି । ହେଲେ ତାଙ୍କର ପ୍ରେଗ୍ନାସୀ ଜର୍ଣ୍ଣି ଖୁବ କଷ୍ଟକର ଥିଲାବୋଲି ଦିୟା ପ୍ରକାଶ କରିଛନ୍ତି । ଗର୍ଭାବସ୍ଥାରେ ହିଁ ତାଙ୍କର ଆପେଣ୍ଡିକ୍ସର ସର୍ଜରୀ ହୋଇଥିଲା । ତେବେ […]

ଗର୍ଭାବସ୍ଥାରେ ଲଢିଥିଲେ ମୃତ୍ୟୁ ସହ
Samaya Live Picture
Published On

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ନିଜର ମା’ ହେବାର ଅନୁଭବ ବଖାଣିଛନ୍ତି । ଏହି ସମୟରେ ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦିୟା ମିର୍ଜା ୩୯ ବର୍ଷରେ ନିଜ ପୁଅ ଅୟାନ୍‌ ଆଜାଦ୍‌ଙ୍କୁ ଜନ୍ମ ଦେଇଛନ୍ତି । ହେଲେ ତାଙ୍କର ପ୍ରେଗ୍ନାସୀ ଜର୍ଣ୍ଣି ଖୁବ କଷ୍ଟକର ଥିଲାବୋଲି ଦିୟା ପ୍ରକାଶ କରିଛନ୍ତି । ଗର୍ଭାବସ୍ଥାରେ ହିଁ ତାଙ୍କର ଆପେଣ୍ଡିକ୍ସର ସର୍ଜରୀ ହୋଇଥିଲା । ତେବେ ଏହି ଅସ୍ତ୍ରପୋଚାର ପରେ ତାଙ୍କର ଖୁବ ଭୟଙ୍କର ସଂକ୍ରମଣ ମଧ୍ୟ ହୋଇଯାଇଥିଲା । ଯାହା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ବେଶି ଖରାପ କରିଥିଲା । ଏହାସହ ଅନ୍ୟାନ ସମସ୍ୟା ମଧ୍ୟ ରହିଥିଲା ଯାହା ତାଙ୍କର ଓ ତାଙ୍କ ଶିଶୁର ଜୀବନ ପାଇଁ ବିପଦ ସୃଷ୍ଟି କରିଥିଲା । ହେଲେ ଦିୟାଙ୍କର ଡାକ୍ତର ଉଭୟଙ୍କ ସୁରକ୍ଷିତ ରଖିଥିଲେ । ସୂଚନା ଅନୁସାରେ ୨୦୨୧ରେ ଦିୟା ବ୍ୟବସାୟୀ ବୈଭବ ରୈଖୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

Tags: bollywood