କାଷ୍ଟ କରିବାକୁ ଡରୁଛନ୍ତି
ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ବେଶ୍ କିଛି ଦିନ ବିବାଦ ରିଆ ଚକ୍ରବର୍ତ୍ତୀଙ୍କ ପିଛା ଛାଡି ନଥିଲା । ଏହା ପରେ ରିଆଙ୍କୁ ବି ଟାଉନ୍ରୁ ମଧ୍ୟ ଦୂରେଇ ରହିଥିବାର ଦେଖିବାକୁ ମିଳିଥିଲା । ହେଲେ ଏହି ବିବାଦ ଥମିବା ପରେ ଧୀରେଧୀରେ ବର୍ତ୍ତମାନ ରିଆ ସିଲଭର ସ୍କ୍ରିନ୍କୁ ଫେରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିକଟରେ ତାଙ୍କୁ ରିଆଲିଟି ଶୋ’ ରୋଡିଜ୍ରେ ତାଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିଥିଲା । ଏହାପରେ ରିଆଙ୍କର କମବ୍ୟାକ୍ ନେଇ […]
ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ବେଶ୍ କିଛି ଦିନ ବିବାଦ ରିଆ ଚକ୍ରବର୍ତ୍ତୀଙ୍କ ପିଛା ଛାଡି ନଥିଲା । ଏହା ପରେ ରିଆଙ୍କୁ ବି ଟାଉନ୍ରୁ ମଧ୍ୟ ଦୂରେଇ ରହିଥିବାର ଦେଖିବାକୁ ମିଳିଥିଲା । ହେଲେ ଏହି ବିବାଦ ଥମିବା ପରେ ଧୀରେଧୀରେ ବର୍ତ୍ତମାନ ରିଆ ସିଲଭର ସ୍କ୍ରିନ୍କୁ ଫେରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିକଟରେ ତାଙ୍କୁ ରିଆଲିଟି ଶୋ’ ରୋଡିଜ୍ରେ ତାଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିଥିଲା । ଏହାପରେ ରିଆଙ୍କର କମବ୍ୟାକ୍ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା । ହେଲେ ତାଙ୍କୁ ସେଭଳି କିଛି ପ୍ରୋଜେକ୍ଟରେ ଦେଖିବାକୁ ମିଳିନଥିଲା । ତେବେ ବର୍ତ୍ତମାନ ରିଆଙ୍କର ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ କାଷ୍ଟ କରିବାକୁ ବି ଟାଉନ୍ରେ ଲୋକ ଡରୁଥିବା ସେ ପ୍ରକାଶ କରିଛନ୍ତି । ହେଲେ ଖୁବ ଶୀଘ୍ର ସେ କିଛି ଭଲ ପ୍ରୋଜେକଫରେ ଆସିବେ ବୋଲି ଆଶା ରଖିଥିବା ମଧ୍ୟ ପ୍ରକାଶ କରିଛନ୍ତି । ଆଗକୁ ସବୁ ଭଲ ହେବ ବୋଲି ରିଆ ଦୃଢ ଆଶା ରଖିଥିବା ମତ ଦେଇଛନ୍ତି । ରିଆଙ୍କର ଏହି ଷ୍ଟେଟମେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।




