କାନ୍ସ ପାଇଁ ଚର୍ଚ୍ଚାରେ ନିତାଂଶୀ

କାନ୍ସ ଫେଷ୍ଟିଭାଲରେ ନିତାଂଶୀ ଗୋଏଲ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି । ବଲିଉଡର କିଛି ଦିଗ୍‌ଜ ଅଭିନେତ୍ରୀଙ୍କୁ ନିଜର କାନ୍ସ ଯାତ୍ରାକୁ ଉତ୍ସର୍ଗ କରିଛନ୍ତି ନିତାଂଶୀ । ଲାପତା ଲେଡିଜ୍‌ର ଫୁଲ ଚରିତ୍ର ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ମନେ ଅଛି । ତାଙ୍କ ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ଏକ ସେପାରେଟ ଫ୍ୟାନ୍‌ବେସ୍‌ । ଏପରିକି ସେ ପାଲଟିଥିଲେ ଇନ୍‌ଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା ଯୁବ ଅଭିନେତ୍ରୀ । ବର୍ତ୍ତମାନ ସେ ପୁଣି […]

କାନ୍ସ ପାଇଁ ଚର୍ଚ୍ଚାରେ ନିତାଂଶୀ
Samaya Live Picture
Published On

କାନ୍ସ ଫେଷ୍ଟିଭାଲରେ ନିତାଂଶୀ ଗୋଏଲ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି । ବଲିଉଡର କିଛି ଦିଗ୍‌ଜ ଅଭିନେତ୍ରୀଙ୍କୁ ନିଜର କାନ୍ସ ଯାତ୍ରାକୁ ଉତ୍ସର୍ଗ କରିଛନ୍ତି ନିତାଂଶୀ । ଲାପତା ଲେଡିଜ୍‌ର ଫୁଲ ଚରିତ୍ର ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ମନେ ଅଛି । ତାଙ୍କ ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ଏକ ସେପାରେଟ ଫ୍ୟାନ୍‌ବେସ୍‌ । ଏପରିକି ସେ ପାଲଟିଥିଲେ ଇନ୍‌ଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା ଯୁବ ଅଭିନେତ୍ରୀ । ବର୍ତ୍ତମାନ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କାନ୍ସରେ ନିଜର ଡେବୁକୁ ନେଇ ଫ୍ୟାନ୍‌ଙ୍କର ନଜରକୁ ଆସିଛନ୍ତି ସେ । ଏହି ଫେଷ୍ଟିଭାଲରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ବଲିଉଡର ଭେଟେରିଆନ୍‌ ଅଭିନେତ୍ରୀଙ୍କୁ ଟ୍ରିବୁଟ ଦେଇଥିବାର ଦେଖିବାକୁ ମିଳିଥିଲା । କାନ୍ସର ଏକ ଇଭେଣ୍ଟରେ ସେ ନିଜ କେଶକୁ ଖୁବ ସୁନ୍ଦର ଭାବେ ସଜାଇଥିଲେ । ଏଥିରେ ସେ ୮ଜଣ ଭେଟେରିଆନ ଅଭିନେତ୍ରୀ ଯଥା ରେଖା, ମଧୁବାଲା, ନର୍ଗିସ୍‌, ମୀନା କୁମାରୀ, ନୁତନ, ବାହିଦା ରେହମାନ, ଆଶା ପାରେଖ୍‌, ବୈଜୟନ୍ତୀମାଲା, ହେମାମାଳିନୀ ଓ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ସେମାନଙ୍କୁ ସମ୍ମାନ ଦେବା ପାଇଁ ସେ ସେମାନଙ୍କୁ ଫଟୋକୁ ନିଜ ବେଣୀରେ ସ୍ଥାନ ଦେଇଛନ୍ତି । ଏହା ନିତାଂଶୀଙ୍କ ଫ୍ୟାନଙ୍କ ସହିତ ଭାରତୀୟ ସିନେପ୍ରେମୀଙ୍କୁ ଖୁବ ଭଲ ଲାଗିଛି । ଯେଉଁମାନେ ହିନ୍ଦୀ ସିନେମାକୁ ଏକ ନୂଆ ପରିଚୟ ଦେଇଛନ୍ତି ସେମାନଙ୍କୁ ଏଭଳି ସମ୍ମାନ ସମସ୍ତଙ୍କୁ ଖୁବ ଭଲ ଲାଗିଛି । ୨୦୦୭ରେ ଉତ୍ତରପ୍ରଦେଶରେ ଜନ୍ମିତ ନିଂତାଶୀ ଖୁବ କମଦିନରେ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ରସ୍ଥାନ ତିଆରି କରିପାରିଛନ୍ତି । ନିଜ ପ୍ରତିଭା ବଳରେ ସେ କାନ୍ସ ଭଳି ବଡ ସ୍ଥାନରେ ମଧ୍ୟ ପହଞ୍ଚି ପାରିଛନ୍ତି । ପିଲାଦିନୁ ସେ ମଡେଲିଂ କରିବା ଆରମ୍ଭ କରିଥିଲେ । ତାଙ୍କୁ ଶିଶୁ କଳାକାର ଭାବେ ଅନେକ ଫ୍ୟାଶନ ଶୋ ଏବଂ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ଏହାପରେ ସେ ୨୦୨୪ରେ ଲାପତା ଲେଡିଜ୍‌ ଜରିଆରେ ବଲିଉଡରେ ଡେବୁ କରିଥିଲେ । ଏହି ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା ମିଳିଛି । ଏଥିରେ ଥିବା ତାଙ୍କର ଚରିତ୍ର ଫୁଲ ସମୀକ୍ଷକଙ୍କ ସହିତ ଦର୍ଶକ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା । ବଡପରଦା ପୂର୍ବରୁ ସେ ୨୦୧୬ରେ ପ୍ରଥମଥର ପାଇଁ ଧାରାବାହିକ ଇକସ୍‌ବାଜରେ ଅଭିନୟ କରିଥିଲେ ଏହାପରେ ତାଙ୍କୁ ଅନେକ ଧାରାବାହିକ ନାଗାର୍ଜୁନ, ଥପକି ପ୍ୟାର କି, କର୍ମଫଲ ଦାତା ଶନି, ପେଶୱା ବାଜିରାଓ, ଡାୟନ, ଇନ୍‌ସାଇଡ୍‌ ଏଜ୍‌ ଆଦିରେ ଅଭିନୟ କରିଥିଲେ । ତେବେ ଧାରାବାହିକ ଅପେକ୍ଷା ସେ ନିଜର ଡେବୁ ଫିଲ୍ମ କାରଣରୁ ବିଶେଷ ଲାଇମ୍‌ଲାଇଟ୍‌ ପାଇଥିଲେ । ଏହା ତାଙ୍କର ଡେବୁ ଫିଲ୍ମ ହେଲେ ମଧ୍ୟ ତାଙ୍କୁ ଖୁବ ଅଧିକ ମାଇଲେଜ ଦେଇଥିଲା । ତାଙ୍କ ପ୍ରତିଭା ପାଇଁତାଙ୍କୁ ଅନେକ ପୁରସ୍କାର ଆଇକନିକ୍‌ ଗୋଲï ଆୱାର୍ଡ, ଆଇଏମ୍‌ଡିବି, ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ଣ୍ଣ ନୋମିନେସନ, ଆଇକନିକ ଗୋଲï ଆୱାର୍ଡ ଭଳି ସମ୍ମାନ ମିଳିଛି ।

Tags: