କଲାମଙ୍କ ବାୟୋପିକ୍ରେ ଧନୁଷ
ଖୁବଶୀଘ୍ର ପରଦାକୁ ଆସିବ ସମସ୍ତଙ୍କର ପ୍ରିୟ ଓ ପୂର୍ବତନ ରାଷ୍ଟ୍ରପତି ଡ . ଏପିଜେ ଅବ୍ଦୁଲ କଲାମଙ୍କ ବାୟୋପିକ । ଏହି ଫିଲ୍ମରେ ଦର୍ଶକ କଲାମଙ୍କ ଚରିତ୍ରରେ ସାଉଥ୍ ଷ୍ଟାର ଧନୁଷଙ୍କୁ ଦେଖିବାକୁ ପାଇବେ । ଯାହା ଜଣା ପଡିବା ପରେ ସୋସିଆଲ ମିଡିଆରେ ଧନୁଷଙ୍କ ପ୍ରଶଂସକ ଖୁବ ଉତ୍ସାହିତ ଥିବା ଜଣା ପଡିଛି । ମିସାଇଲ ମ୍ୟାନ୍ଙ୍କ ବାୟୋପିକ୍ ପାଇଁ କେବଳ ଦର୍ଶକନୁହେଁ ଫିଲ୍ମମେକର ଓମ୍ ରାଓତ୍ ଓ ଧନୁଷ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି […]
ଖୁବଶୀଘ୍ର ପରଦାକୁ ଆସିବ ସମସ୍ତଙ୍କର ପ୍ରିୟ ଓ ପୂର୍ବତନ ରାଷ୍ଟ୍ରପତି ଡ . ଏପିଜେ ଅବ୍ଦୁଲ କଲାମଙ୍କ ବାୟୋପିକ । ଏହି ଫିଲ୍ମରେ ଦର୍ଶକ କଲାମଙ୍କ ଚରିତ୍ରରେ ସାଉଥ୍ ଷ୍ଟାର ଧନୁଷଙ୍କୁ ଦେଖିବାକୁ ପାଇବେ । ଯାହା ଜଣା ପଡିବା ପରେ ସୋସିଆଲ ମିଡିଆରେ ଧନୁଷଙ୍କ ପ୍ରଶଂସକ ଖୁବ ଉତ୍ସାହିତ ଥିବା ଜଣା ପଡିଛି । ମିସାଇଲ ମ୍ୟାନ୍ଙ୍କ ବାୟୋପିକ୍ ପାଇଁ କେବଳ ଦର୍ଶକନୁହେଁ ଫିଲ୍ମମେକର ଓମ୍ ରାଓତ୍ ଓ ଧନୁଷ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ସେପଟେ ଦର୍ଶକ ମେକର୍ସଙ୍କୁ ଆଗୁଆ ସର୍ତକବାଣୀ ଦେଇଥିବା ମଧ୍ୟ ଦେଖିବାକୁ ମିଳୁଛି । ଡ. କଲାମ ସେମାନଙ୍କର ହିରୋ ତେଣୁ ତାଙ୍କ ବାୟୋପିକ୍କୁ ନଷ୍ଟ ନକରିବାକୁ ଦର୍ଶକ ମେକର୍ସଙ୍କୁ ସତର୍କ କରାଇଛନ୍ତି । ଫିଲ୍ମର ଏକ ପୋଷ୍ଟର ଓମ୍ ରାଉତ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଯାହା ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।




