କରୋନା ପାଇଁ ସହଯୋଗର ହାତ ବଢ଼ାଇେଲ ସାଉଥ୍ ଷ୍ଟାର
ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ଫିଲ୍ମ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆ ୟୁନିୟନ୍ କର୍ମଚାରୀଙ୍କୁ ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରାଦେଶରେ ଫିଲ୍ମ ଓ ସିରିଏଲ୍ ଶୁଟିଂକୁ ବନ୍ଦ କରାଯାଇଛି। ଏଥିପାଇଁ ଦୈନିକ ମଜୁରୀ ନେଇ ଗୁଜୁରାଣ ମେଣ୍ଟାଉଥିବା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି କର୍ମଚାରୀଙ୍କୁ ରଜନୀକାନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କେବଳ ରଜନୀକାନ୍ତ ନୁହଁନ୍ତି ସାଉଥ୍ ସୁପରଷ୍ଟାର ବିଜୟ […]
ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ଫିଲ୍ମ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆ ୟୁନିୟନ୍ କର୍ମଚାରୀଙ୍କୁ ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରାଦେଶରେ ଫିଲ୍ମ ଓ ସିରିଏଲ୍ ଶୁଟିଂକୁ ବନ୍ଦ କରାଯାଇଛି। ଏଥିପାଇଁ ଦୈନିକ ମଜୁରୀ ନେଇ ଗୁଜୁରାଣ ମେଣ୍ଟାଉଥିବା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି କର୍ମଚାରୀଙ୍କୁ ରଜନୀକାନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

କେବଳ ରଜନୀକାନ୍ତ ନୁହଁନ୍ତି ସାଉଥ୍ ସୁପରଷ୍ଟାର ବିଜୟ ସେଥୁପଥୀ ଏଫ୍ଏଫ୍ଏସ୍ଆଇ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ଗତକାଲି ସାଉଥ୍ ଷ୍ଟାର ଶିବକୁମାର, ସୁରିୟା ଓ କାର୍ଥି ମିଳିତ ଭାବେ ୧୦ ଲକ୍ଷ ଟଙ୍କା ଦାନ କରିଥିଲେ।
Tags:




