କରୀନା ବନିବେ ଏୟାର ହୋଷ୍ଟେସ୍
ବର୍ତ୍ତମାନ ନବେ ଦଶକ ନାୟିକାଙ୍କର ଯେପରି କ୍ରେଜ୍ ବଢିବାରେ ଲାଗିଛି । ସମସ୍ତେ ସେମାନଙ୍କ କ୍ୟାରିୟର ସରିବା ନେଇ ଆଲୋଚନା କରୁଥିବାବେଳେ ସେମାନେ କିନ୍ତୁ ଫ୍ୟାନଙ୍କୁ ସରପ୍ରାଇଜ୍ ଦେବାରେ ଲାଗିଛନ୍ତି । ସେହିଭଳି ଏକ ସରପ୍ରାଇଜ୍ ଦେଇଛନ୍ତି କରୀନା । କରୀନାଙ୍କର ଆଗକୁ ଫିଲ୍ମ ‘କ୍ରିଉ’ ଆସିବାକୁ ଯାଉଛି, ଯେଉଁଥିରେ ସେ ଜଣେ ଏୟାର ହୋଷ୍ଟେସ୍ ଚରିତ୍ରରେ ନଜର ଆସିବେ । କେବଳ କରୀନା ନୁହେଁ ଏଥିରେ ତାଙ୍କ ସହିତ ନବେଦଶକର ହିଟ୍ ନାୟିକା ତ³ୁ ଏବଂ […]
ବର୍ତ୍ତମାନ ନବେ ଦଶକ ନାୟିକାଙ୍କର ଯେପରି କ୍ରେଜ୍ ବଢିବାରେ ଲାଗିଛି । ସମସ୍ତେ ସେମାନଙ୍କ କ୍ୟାରିୟର ସରିବା ନେଇ ଆଲୋଚନା କରୁଥିବାବେଳେ ସେମାନେ କିନ୍ତୁ ଫ୍ୟାନଙ୍କୁ ସରପ୍ରାଇଜ୍ ଦେବାରେ ଲାଗିଛନ୍ତି । ସେହିଭଳି ଏକ ସରପ୍ରାଇଜ୍ ଦେଇଛନ୍ତି କରୀନା । କରୀନାଙ୍କର ଆଗକୁ ଫିଲ୍ମ ‘କ୍ରିଉ’ ଆସିବାକୁ ଯାଉଛି, ଯେଉଁଥିରେ ସେ ଜଣେ ଏୟାର ହୋଷ୍ଟେସ୍ ଚରିତ୍ରରେ ନଜର ଆସିବେ । କେବଳ କରୀନା ନୁହେଁ ଏଥିରେ ତାଙ୍କ ସହିତ ନବେଦଶକର ହିଟ୍ ନାୟିକା ତ³ୁ ଏବଂ ବର୍ତ୍ତମାନର ଚୁଲ୍ବୁଲି ନାୟିକା କ୍ରିତି ସନନ୍ ସ୍କ୍ରିନ୍ ସେୟାର କରିବେ । ତେବେ ନିକଟରେ ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ରିଲିଜ୍ ହେବା ପରଠାରୁ ଏହାକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଥିଲା । ବର୍ତ୍ତମାନର ପୋଷ୍ଟର ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ତିନି ତିନି ଜଣ ଦମଦାର ଆକେଫ୍ରସ ଥିବା ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ମାର୍ଚ୍ଚ ମାସ ୨୯ରେ ଫ୍ଲୋରକୁ ଆସିବା ନେଇ ସୂଚନା ରହିଛି ।




