କରିବେକି ଡେବ୍ୟୁ

ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଷ୍ଟାର କିଡ ବଡ ପରଦାରେ ଡେବ୍ୟୁ କରୁଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ତେବେ ଏଥିରେ ଅଜୟ ଦେବଗନଙ୍କ ଝିଅ ମଧ୍ୟ ସାମିଲ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ନିଜେ କାଜୋଲ ହିଣ୍ଟ ଦେଇଛନ୍ତି । ସୂଚନା ଅନୁସାରେ ଅଜୟ ଓ କାଜୋଲଙ୍କ ଝିଅ ନାସ୍ୟା ଦେବଗନଙ୍କ ଡେବ୍ୟୁ ପାଇଁ କାଜୋଲଙ୍କ ପାଖକୁ ଗୋଟିଏ ଦୁଇଟି ଅଫର ଆସିଥିବା […]

କରିବେକି ଡେବ୍ୟୁ
Samaya Live Picture
Published On

ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଷ୍ଟାର କିଡ ବଡ ପରଦାରେ ଡେବ୍ୟୁ କରୁଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ତେବେ ଏଥିରେ ଅଜୟ ଦେବଗନଙ୍କ ଝିଅ ମଧ୍ୟ ସାମିଲ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ନିଜେ କାଜୋଲ ହିଣ୍ଟ ଦେଇଛନ୍ତି । ସୂଚନା ଅନୁସାରେ ଅଜୟ ଓ କାଜୋଲଙ୍କ ଝିଅ ନାସ୍ୟା ଦେବଗନଙ୍କ ଡେବ୍ୟୁ ପାଇଁ କାଜୋଲଙ୍କ ପାଖକୁ ଗୋଟିଏ ଦୁଇଟି ଅଫର ଆସିଥିବା ସେ ପ୍ରକାଶ କରିଛନ୍ତି । ହେଲେ ନ୍ୟାସା ଡେବ୍ୟୁ କରିବେ ନାହିଁ ବୋଲି ମଧ୍ୟ କାଜୋଲ ମତ ରଖିଛନ୍ତି । ନ୍ୟାସା ଯାହା ବି କରିବାକୁ ଚାହୁଁଛନ୍ତି ସେମାନେ ତାହା ତାଙ୍କୁ କରିବାକୁ ଦେବେ ବୋଲି କାଜୋଲ କହିଛନ୍ତି । ବର୍ତ୍ତମାନ ଫିଲ୍ମରେ ଡେବ୍ୟୁ ନକରିବା ମଧ୍ୟ ନାସ୍ୟାଙ୍କର ନିଷ୍ପତ୍ତି ବୋଲି କାଜୋଲ କହିଛନ୍ତି । ହେଲେ ଫ୍ୟାନମାନେ ବର୍ତ୍ତମାନ ଦ୍ବନ୍ଦ୍ବରେ ପଡିଛନ୍ତି କି ନାସ୍ୟା ସତରେ ଡେବ୍ୟୁ କରିବେ କି ନାହିଁ ।

Tags: