କମେଡ଼ିଆନ୍ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ କରିବେ ଦ୍ବିତୀୟ ବିବାହ !

ଖତରୋଁ କି ଖିଲାଡ଼ି ସିଜନ୍ ୧୦ ଆରମ୍ଭ ହୋଇସାରିଛି ଏବଂ ଏଥିରେ ଦେଖାଯାଉଥିବା ଷ୍ଟଣ୍ଟସ୍ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏତିରେ ଟାସ୍କଗୁଡ଼ିକୁ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠୁଛି। ସମସ୍ତ ପ୍ରତିଯୋଗୀ ପରସ୍ପରକୁ ଟାସ୍କରେ ଜୋରଦାର ଟକ୍କର ଦେଉଛନ୍ତି। ଶୋ ରେ ଭୟଙ୍କର ଟାସ୍କ ସହ ବହୁତ ମଜାଳିଆ ଜିନିଷ ମଧ୍ୟ ଦେଖିବାକୁ ମିଳୁଛି।ଶୋ ର ଏକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି ଯେଉଁଥିରେ କମେଡିଆନ୍ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ ଲିମ୍ବାଛିଆ […]

Samaya Live Picture
Published On

ଖତରୋଁ କି ଖିଲାଡ଼ି ସିଜନ୍ ୧୦ ଆରମ୍ଭ ହୋଇସାରିଛି ଏବଂ ଏଥିରେ ଦେଖାଯାଉଥିବା ଷ୍ଟଣ୍ଟସ୍ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏତିରେ ଟାସ୍କଗୁଡ଼ିକୁ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠୁଛି। ସମସ୍ତ ପ୍ରତିଯୋଗୀ ପରସ୍ପରକୁ ଟାସ୍କରେ ଜୋରଦାର ଟକ୍କର ଦେଉଛନ୍ତି। ଶୋ ରେ ଭୟଙ୍କର ଟାସ୍କ ସହ ବହୁତ ମଜାଳିଆ ଜିନିଷ ମଧ୍ୟ ଦେଖିବାକୁ ମିଳୁଛି।ଶୋ ର ଏକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି ଯେଉଁଥିରେ କମେଡିଆନ୍ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ ଲିମ୍ବାଛିଆ ଟାସ୍କ କରିବା ସମୟ​ରେ ଅଭିନେତ୍ରୀ କରିଶ୍ମା ତନ୍ନାଙ୍କୁ ପ୍ରପୋଜ କରୁଥିବାର ନଜର ଆସିଛନ୍ତି।ହର୍ଷ ଏବଂ କରିଷ୍ମା ବହୁତ ଉପରକୁ ଚଢ଼ିଥିଲେ। ଦୁହେଁ ଏକ ପତଳା ପ୍ଲାଟଫର୍ମ ଉପରେ ଛିଡ଼ା ହୋଇଛନ୍ତି। ଏହି ଟାସ୍କ ସମୟରେ ମନୋରଞ୍ଜନର ତଡ଼କା ଲଗାଇବା ପାଇଁ ହର୍ଷ,କରିଶ୍ମାଙ୍କୁ ପ୍ରପୋଜ କରୁଛନ୍ତି,ଯାହା ଫଳରେ ଉଭୟଙ୍କ ମାଇଣ୍ଡ ଡାଇଭର୍ଟ ହୋଇପାରିବ। ହର୍ଷ କହୁଛନ୍ତି,‘ତୁମ ସହ ମୋର ଦ୍ବିତୀୟ ବିବାହ ହେବ,କମ୍ ଟୁ ମି ବେବି’। କରିଶ୍ମା ମଧ୍ୟ କହୁଛନ୍ତି ଯେ ସେ ସାତ ସମୁଦ୍ର ପାର କରି ତାଙ୍କ ପାଖକୁ ଆସିଛନ୍ତି’।

Tags: