ଏକାଠି ଆସୁଛନ୍ତି ଦେଓ୍ୱଲ ଭାଇ
ଦେଓ୍ୱଲ ପରିବାରଙ୍କର ଅଭିନୀତ ଫିଲ୍ମ ଅପନେକୁ ଦର୍ଶକ ଅନେକ ଭଲପାଇବା ଦେଇଥିଲେ । ସେହିଭଳି ଏହାର ସିକୁଏଲ ପାଇଁ ମଧ୍ୟ ଅନେକ ସମୟରେ ଦର୍ଶକମାନେ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ନିର୍ଦ୍ଦେଶକ ଅନିଲ ଶର୍ମା ବର୍ତ୍ତମାନ ଏହି ଫିଲ୍ମର ସିକୁଏଲ ଉପରେ କାର୍ଯ୍ୟ କରୁଥିବା ଜଣା ପଡିଛି । ଖୁବଶୀଘ୍ର ଏହି ଫିଲ୍ମର ସିକୁଏଲ ବା ଅପନେ ୨ ପରଦାକୁ ଆସିବ ବୋଲି ଜଣାପଡିଛି । ସେହିଭଳି କେବଳ ଦର୍ଶକ କି ନିର୍ଦ୍ଦେଶକ […]
ଦେଓ୍ୱଲ ପରିବାରଙ୍କର ଅଭିନୀତ ଫିଲ୍ମ ଅପନେକୁ ଦର୍ଶକ ଅନେକ ଭଲପାଇବା ଦେଇଥିଲେ । ସେହିଭଳି ଏହାର ସିକୁଏଲ ପାଇଁ ମଧ୍ୟ ଅନେକ ସମୟରେ ଦର୍ଶକମାନେ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ନିର୍ଦ୍ଦେଶକ ଅନିଲ ଶର୍ମା ବର୍ତ୍ତମାନ ଏହି ଫିଲ୍ମର ସିକୁଏଲ ଉପରେ କାର୍ଯ୍ୟ କରୁଥିବା ଜଣା ପଡିଛି । ଖୁବଶୀଘ୍ର ଏହି ଫିଲ୍ମର ସିକୁଏଲ ବା ଅପନେ ୨ ପରଦାକୁ ଆସିବ ବୋଲି ଜଣାପଡିଛି । ସେହିଭଳି କେବଳ ଦର୍ଶକ କି ନିର୍ଦ୍ଦେଶକ ନୁହେଁ ଏହି ସିକୁଏଲ କରିବାକୁ ଫିଲ୍ମର ଷ୍ଟାରକାଷ୍ଟମାନେ ମଧ୍ୟ ଆଗ୍ରହୀ ଥିବା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କୁ ଏହି ଫିଲ୍ମ ପାଇଁ ରାଜିକରାଇବାକୁ ବିଶେଷ ପରିଶ୍ରମ କରିବାକୁ ପଡିନଥିବା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ସେମାନେ ସମସ୍ତେ ଏହି ଫିଲ୍ମ କରିବାକୁ ଖୁବ ସହଜରେ ରାଜି ହୋଇଥିବା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଖବର ପ୍ରଚାର ହେବାପରେ ଅପନେ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ପୁଣିଥରେ ଦେଓ୍ୱଲ ପରିବାରକୁ ଏକାଠି ପରଦାରେ ଦେଖିବାକୁ ସମସ୍ତ ଦର୍ଶକ ଖୁବ ଖୁସି ଅଛନ୍ତି ।




