ଇତିହାସ ରଚିବେ ଅରିଜିତ୍
ଭାରତର ପରିଚିତ ଗାୟକ ଅରିଜିତ୍ ସିଂ ଖୁବ ଜଲଦି ଏକ ଇତିହାସ ରଚିବାକୁ ଯାଉଛନ୍ତି । ୟୁକେର ଟୋଟେନ୍ହମ୍ ଷ୍ଟାଡିଅମରେ ଫରଫର୍ମ କରିବାରେ ସେ ହେବେ ପ୍ରଥମ ଭାରତୀୟ ସିଙ୍ଗର । ତାଙ୍କର ଏହି ଲାଇଇଭ୍ ଶୋ ଚଳିତ ବର୍ଷ ସେପେଟମ୍ବର ୫ରେ ଆୟୋଜନ କରାଯିବ । ଏହି ଖବର ଜଣା ପଡିବା ପରେ ତାଙ୍କ ଫ୍ୟାନମାନେ ଖୁବ ଉତ୍ସାହିତ ହେବା ସହିତ ଅରିଜିତଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ସେହିଭଳି ଅରିଜିତ୍ ଏହି ସଫଳତାର ଶ୍ରେୟ […]
ଭାରତର ପରିଚିତ ଗାୟକ ଅରିଜିତ୍ ସିଂ ଖୁବ ଜଲଦି ଏକ ଇତିହାସ ରଚିବାକୁ ଯାଉଛନ୍ତି । ୟୁକେର ଟୋଟେନ୍ହମ୍ ଷ୍ଟାଡିଅମରେ ଫରଫର୍ମ କରିବାରେ ସେ ହେବେ ପ୍ରଥମ ଭାରତୀୟ ସିଙ୍ଗର । ତାଙ୍କର ଏହି ଲାଇଇଭ୍ ଶୋ ଚଳିତ ବର୍ଷ ସେପେଟମ୍ବର ୫ରେ ଆୟୋଜନ କରାଯିବ । ଏହି ଖବର ଜଣା ପଡିବା ପରେ ତାଙ୍କ ଫ୍ୟାନମାନେ ଖୁବ ଉତ୍ସାହିତ ହେବା ସହିତ ଅରିଜିତଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ସେହିଭଳି ଅରିଜିତ୍ ଏହି ସଫଳତାର ଶ୍ରେୟ ତାଙ୍କ ପରିବାର ସହିତ ତାଙ୍କ ଶ୍ରୋତାଙ୍କୁ ଦେଇଛନ୍ତି । ଯେଉଁମାନଙ୍କ ପାଇଁ ସେ ଆଜି ଏତ ସଫଳ ହୋଇଛନ୍ତି । ସେହିଭଳି ଭାରତର ନାଁକୁ ଏଭଳି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରୁଥିବାରୁ ସେ ଖୁବ ଖୁସି ସହିତ ଉତ୍ସାହିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସେହିଭଳି ଲଣ୍ଡନରେ ଥିବା ତାଙ୍କ ଫ୍ୟାନ ଏହି ଶୋକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ଅରିଜିତ୍ଙ୍କର ଏହି ସଫଳତାରେ ବଲିଉଡର ଅନ୍ୟ କଳାକାରମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଅରଜିତ୍ଙ୍କର ଏହି ସଫଳତା ପାଇଁ ବେଶ୍ ଖୁସି ଥିବା ଜଣା ପଡିଛି ।




