‘ଇଣ୍ଡିଆନ ଆଇଡଲ୍ ୧୧‘ର ବିଜେତା ସନି ହିନ୍ଦୁସ୍ତାନୀ
ମ୍ୟୁଜିକ୍ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍ ୧୧‘ ଶେଷ ହୋଇଯାଇଛି। ଏହାର ଗ୍ରାଣ୍ଡ ଫିନାଲେ ଏପିସୋଡ୍ ଯେଉଁଥିରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ସୂରର ଏହି ମହାସଂଗ୍ରାମରେ ସନି ହିନ୍ଦୁସ୍ତାନୀ ବାଜି ମାରିନେଇଛନ୍ତି। ସମସ୍ତଙ୍କୁ ପଛରେ ପକାଇ ସେ ‘ଇଣ୍ଡିଆନ ଆଇଡଲ୍ ୧୧‘ର ବିଜେତା ହୋଇଯାଇଛନ୍ତି। ରୋହିତ ରାଉତ୍ ପ୍ରଥମ ରନର୍ ଅପ ଓ ଓଙ୍କନା ବାନାର୍ଜୀ ଦ୍ୱିତୀୟ ରନରପ୍ ହୋଇଥିବାବେଳେ ଅଦିଜ୍ର ଘୋଷ ଓ ରିଧମ କଲ୍ୟାଣ ତୃତୀୟ ଓ ଚତୁର୍ଥ ହୋଇଛନ୍ତି। ସନି ହିନ୍ଦୁସ୍ତାନୀଙ୍କୁ […]
ମ୍ୟୁଜିକ୍ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍ ୧୧‘ ଶେଷ ହୋଇଯାଇଛି। ଏହାର ଗ୍ରାଣ୍ଡ ଫିନାଲେ ଏପିସୋଡ୍ ଯେଉଁଥିରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ସୂରର ଏହି ମହାସଂଗ୍ରାମରେ ସନି ହିନ୍ଦୁସ୍ତାନୀ ବାଜି ମାରିନେଇଛନ୍ତି। ସମସ୍ତଙ୍କୁ ପଛରେ ପକାଇ ସେ ‘ଇଣ୍ଡିଆନ ଆଇଡଲ୍ ୧୧‘ର ବିଜେତା ହୋଇଯାଇଛନ୍ତି। ରୋହିତ ରାଉତ୍ ପ୍ରଥମ ରନର୍ ଅପ ଓ ଓଙ୍କନା ବାନାର୍ଜୀ ଦ୍ୱିତୀୟ ରନରପ୍ ହୋଇଥିବାବେଳେ ଅଦିଜ୍ର ଘୋଷ ଓ ରିଧମ କଲ୍ୟାଣ ତୃତୀୟ ଓ ଚତୁର୍ଥ ହୋଇଛନ୍ତି। ସନି ହିନ୍ଦୁସ୍ତାନୀଙ୍କୁ ଇଣ୍ଡିଆନ୍ ଆଇଡଲ୍ର ୱିନିଂ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଗଲା। ଅନ୍ୟପଟେ ପ୍ରଥମ ଓ ଦ୍ୱିତୀୟ ରନର୍ ଅପ୍ଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ ଦିଆଯାଇଥିଲା। ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀମାନେ ବହୁତ ଜୋଶ୍ର ସହ ସଙ୍ଗୀତ ପରିବେଷଣ କରିଥିଲେ। କେବଳ ପ୍ରତିଯୋଗୀ ନୁହେଁ ଶୋ’ର ଜଜ୍ମାନେ ମଧ୍ୟ ଧମାକେଦାର୍ ପର୍ଫମାନ୍ସ ଦେଇଥିଲେ। ସନିଙ୍କ କଥା କହିଲେ ଶୋ’ର ଆରମ୍ଭରୁ ହିଁ ତାଙ୍କ ଲୋକପ୍ରିୟତା ରହିଥିଲା। ପ୍ରଥମ ଗୀତରେ ହିଁ ତାଙ୍କର ଫ୍ୟାନ୍ ଫଲୋଇଂ ବହୁତ ବଢ଼ିଯାଇଥିଲା।




