ଆୱାରାପନରେ ଦିଶା
୨୦୦୭ରେ ମୋହିତ ସୁରିଙ୍କ ନିର୍ଦ୍ଦେଶିତ ଆୱାରା ପନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏଥିରେ ଦର୍ଶକ ଇମରାନ ହାସମିଙ୍କୁ ଲିଡରୋଲରେ ଦେଖିଥିଲେ । ତେବେ ଏହି ଫିଲ୍ମର ସିକ୍ୟୁଏଲ ବର୍ତ୍ତମାନ ପରଦାକୁ ଆସିବାକୁ ଯାଉଛି । ଏହି ଟ୍ରାଜିକ୍ ଲଭଷ୍ଟୋରୀର ସିକ୍ୟୁଏଲ ଆସିବା ନେଇ ଜଣା ପଡିବାପରେ ଫ୍ୟାନଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ପୁରୁଣା ଫିଲ୍ମର ଗୀତଗୁଡିକୁ ଦର୍ଶକ ଖୁବ ବସନ୍ଦ କରିଥିଲେ, ତେଣୁ ସିକ୍ୟୁଏଲରେ ମଧ୍ୟ ଗୀତଗୁଡିକୁ ଦର୍ଶକ ସେତିକି […]
୨୦୦୭ରେ ମୋହିତ ସୁରିଙ୍କ ନିର୍ଦ୍ଦେଶିତ ଆୱାରା ପନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏଥିରେ ଦର୍ଶକ ଇମରାନ ହାସମିଙ୍କୁ ଲିଡରୋଲରେ ଦେଖିଥିଲେ । ତେବେ ଏହି ଫିଲ୍ମର ସିକ୍ୟୁଏଲ ବର୍ତ୍ତମାନ ପରଦାକୁ ଆସିବାକୁ ଯାଉଛି । ଏହି ଟ୍ରାଜିକ୍ ଲଭଷ୍ଟୋରୀର ସିକ୍ୟୁଏଲ ଆସିବା ନେଇ ଜଣା ପଡିବାପରେ ଫ୍ୟାନଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ପୁରୁଣା ଫିଲ୍ମର ଗୀତଗୁଡିକୁ ଦର୍ଶକ ଖୁବ ବସନ୍ଦ କରିଥିଲେ, ତେଣୁ ସିକ୍ୟୁଏଲରେ ମଧ୍ୟ ଗୀତଗୁଡିକୁ ଦର୍ଶକ ସେତିକି ଭଲପାଇବା ଦେବେ ବୋଲି ଟିମ ଆଶା ରଖିଛି । ଏଥିରେ ଲିଡରେ ଦର୍ଶକ ଇମ୍ରାନଙ୍କ ସହିତ ଦିଶା ପଟାନୀଙ୍କୁ ଦେଖିବେ ଯେଉଁମାନଙ୍କର ଅନ୍ସ୍କ୍ରିନ କେମେଷ୍ଟ୍ରୀ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଦିଶାମଧ୍ୟ ନିଜର ଏହି ପ୍ରୋଜେକ୍ଟକୁ ନେଇ ଖୁବ ଖୁସି ଅଛନ୍ତି । ଗ୍ୟାଙ୍ଗଷ୍ଟର ଥିମଭଳି କିଛି ଭିନ୍ନ ଧରଣର ଫିଲ୍ମ କରିବାକୁ ଯାଉଥିବାରୁ ବେଶ୍ ଆଶାବାଦୀ ଅଛନ୍ତି ଅଭିନେତ୍ରୀ । ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିବ ବୋଲି ଦିଶା ମତ ଦେଇଛନ୍ତି ।




