ଆଶ୍ରମ ସିରିଜ ଦେଇଛି ନୂଆ ପରିଚୟ

ଆଶ୍ରମ ସିରିଜରେ ଅଭିନୟ କରିବାପରେ ତାଙ୍କୁ ଷ୍ଟାରଡମ୍‌ ମିଳିଥିବାନେଇ ପ୍ରକାଶ କରିଛନ୍ତି ଅଭିନେତ୍ରୀ ତ୍ରିଧା ଚୌଧୁରୀ । ପିଲାଦିନୁ ପଢାରେ ଇଚ୍ଛା ରଖୁଥିବା ତ୍ରିଧା କିନ୍ତୁ ପରେ ଅଭିନେତ୍ରୀ ହୋଇଯାଇଥିଲେ । ପାଠ ପଢିବା ସମୟରେ ଗ୍ଲାମର ପ୍ରତି କୌଣସି ଆଗ୍ରହ ନଥିଲା, ହେଲେ ସୁଯୋଗ ମିଳିବାରୁ ହାତ ଛଡା କରି ନଥିଲେ । ପ୍ରଥମରୁ କିଛି ବଡ ପ୍ରୋଜେକଫ ହାତଛଡା କରିଥିଲେ କିନ୍ତୁ ପରେ ପୁଣି ଏହି ଇଣ୍ଡଷ୍ଟ୍ରୀକୁ ଫେରିଥିଲେ । ବର୍ତ୍ତମାନ ସେ କେବଳ […]

ଆଶ୍ରମ ସିରିଜ ଦେଇଛି ନୂଆ ପରିଚୟ
Samaya Live Picture
Published On

ଆଶ୍ରମ ସିରିଜରେ ଅଭିନୟ କରିବାପରେ ତାଙ୍କୁ ଷ୍ଟାରଡମ୍‌ ମିଳିଥିବାନେଇ ପ୍ରକାଶ କରିଛନ୍ତି ଅଭିନେତ୍ରୀ ତ୍ରିଧା ଚୌଧୁରୀ । ପିଲାଦିନୁ ପଢାରେ ଇଚ୍ଛା ରଖୁଥିବା ତ୍ରିଧା କିନ୍ତୁ ପରେ ଅଭିନେତ୍ରୀ ହୋଇଯାଇଥିଲେ । ପାଠ ପଢିବା ସମୟରେ ଗ୍ଲାମର ପ୍ରତି କୌଣସି ଆଗ୍ରହ ନଥିଲା, ହେଲେ ସୁଯୋଗ ମିଳିବାରୁ ହାତ ଛଡା କରି ନଥିଲେ । ପ୍ରଥମରୁ କିଛି ବଡ ପ୍ରୋଜେକଫ ହାତଛଡା କରିଥିଲେ କିନ୍ତୁ ପରେ ପୁଣି ଏହି ଇଣ୍ଡଷ୍ଟ୍ରୀକୁ ଫେରିଥିଲେ । ବର୍ତ୍ତମାନ ସେ କେବଳ ହିନ୍ଦୀ ନୁହେଁ, ବଙ୍ଗାଳୀ, ତାମିଲ, ତେଲୁଗୁ ଭଳି ଅନେକ ଇଣ୍ଡଷ୍ଟ୍ରୀରେ ପରିଚୟ ହାସଲ କରିଛନ୍ତି । ତେବେ ଏତେ ସ୍ଥାନରେ କାମ କରି ମଧ୍ୟ ତାଙ୍କୁ ଆଶ୍ରମ ସିରିଜ୍‌ ପାଇଁ ଷ୍ଟାର ଡମ୍‌ ମିଳିଥିବା ସେ ପ୍ରକାଶ କରିଛନ୍ତି । ଏପରିକି ତାଙ୍କୁ ଲୋକ ବର୍ତ୍ତମାନ ଆଶ୍ରମର ଚରିତ୍ରର ନାମରେ ଲୋକ ଜାଣୁଥିବା ତ୍ରିଧା ପ୍ରକାଶ କରିଛନ୍ତି । ଆଶ୍ରମ ସିରିଜ୍‌ର ସୁଟିଂ ସେଟରେ ଅଭିନୟ ସମ୍ପର୍କରେ ସେ ଅନେକ କିଛି ଶିଖିଥିଲେ । ସେହିଭଳି ବବି ଦେଓ୍ୱଲଙ୍କ ସହ ଅଭିନୟ କରି ସେ ଖୁବ ଖୁସି ଥିଲେ । ତାଙ୍କ ଭଳି ଜଣେ ବଡ ଷ୍ଟାରଙ୍କ ସହିତ ସ୍କ୍ରିନ ସେୟାର କରିବାର ସୁଯୋଗ ପାଇ ସେ ଖୁବ ଉତ୍ସାହିତ ଥିଲେ ।

Tags: