ଆଜି ଜନ୍ମଦିନ, ହେମା ମାଳିନୀ

୧୬ ଅକେଫାବର ୧୯୪୮ରେ ତାମିଲନାଡ଼ୁର ଜିୟାପୁରମଠାରେ ଜନ୍ମଗ୍ରହଣ କରିଥିଲେ ନବେଦଶକର ସୁପରହିଟ ଅଭିନେତ୍ରୀ ତଥା ଡ୍ରିମଗର୍ଲ ଭାବେ ପରିଚିତ ନାୟିକା ହେମା ମାଳିନୀ । ସେ ଏକାଧାରାରେ ଜଣେ ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ତାମିଲ ଚଳଚ୍ଚିତ୍ର ଇଥୁ ସାଥିୟମରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ୧୯୬୮ ମସିହାରେ ସପ୍ନୋ କା ସୌଦାଗର ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୁମିକାରେ ପ୍ରଥମ କରି ଅଭିନୟ କରିଥିଲେ । […]

ଆଜି ଜନ୍ମଦିନ, ହେମା ମାଳିନୀ
Samaya Live Picture
Published On

୧୬ ଅକେଫାବର ୧୯୪୮ରେ ତାମିଲନାଡ଼ୁର ଜିୟାପୁରମଠାରେ ଜନ୍ମଗ୍ରହଣ କରିଥିଲେ ନବେଦଶକର ସୁପରହିଟ ଅଭିନେତ୍ରୀ ତଥା ଡ୍ରିମଗର୍ଲ ଭାବେ ପରିଚିତ ନାୟିକା ହେମା ମାଳିନୀ । ସେ ଏକାଧାରାରେ ଜଣେ ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ତାମିଲ ଚଳଚ୍ଚିତ୍ର ଇଥୁ ସାଥିୟମରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ୧୯୬୮ ମସିହାରେ ସପ୍ନୋ କା ସୌଦାଗର ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୁମିକାରେ ପ୍ରଥମ କରି ଅଭିନୟ କରିଥିଲେ । ହେମାଙ୍କୁ ସେହି ସମୟରେ ଡ୍ରିମ୍‌ ଗାର୍ଲ ରୂପେ ସମ୍ଭୋଧନା କରାଯିବା ଆରମ୍ଭ କରାଯାଇଥିଲା । ୧୯୭୭ରେ ସେ ଏହି ନାମର ଏକ ଚଳଚ୍ଚିତ ମଧ୍ୟ କରିଥିଲେ । ତାଙ୍କ ଅଧିକାଂଶ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ରାଜେଶ ଖାନା, ଦେବ ଆନନ୍ଦଙ୍କୁ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । କ୍ୟାରିୟରେ ସେ ପାଖାପାଖି ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାସହିତ ତାଙ୍କୁ ଆହୁରି ଅନେକ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହାସହ ତାଙ୍କୁ ଲୋକମାନେ ରାଜନୀତିରେ ମଧ୍ୟ ଖୁବ ଭଲପାଇବା ଦେଇଛନ୍ତି । ତାଙ୍କୁ ଲୋକସଭା ସହିତ ରାଜ୍ୟସଭା ଉଭୟରେ ଦାୟିତ୍ୱ ମିଳିଛି ଏବଂ ସେ ଏହାକୁ ସୁଚାରୁରୂପେ ତୁଲାଇଛନ୍ତି ମଧ୍ୟ

Tags: