ଆକସନ୍ ହିଁ ପରିଚୟ

ବିଗତ କିଛି ବର୍ଷ ଧରି ବଲଉଡର ଆକସନ୍ ହିରୋ ଭାବେ ଟାଇଗର ସ୍ରଫ୍ଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ହିରୋପନତି, ବାଗି ୨, ୱାର ଭଳି ସିନେମାରେ ସେ ନିଜ ଆକସନର ଜଲୱା ଦର୍ଶକଙ୍କୁ ଦେଖାଇ ସାରିଛନ୍ତି । ବର୍ତ୍ତମାନ ଆଗକୁ ତାଙ୍କର ବାଗି ୪ ଆସିବାକୁ ଥିବାବେଳେ ବର୍ତ୍ତମାନ ସେ ଆଉ ଏକ ଆକସନ୍ ଫିଲ୍ମ ସାଇନ କରିଥିବା ଜଣା ପଡିଛି । ଏହି ଖବର ଜାଣିବା ପରେ ତାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି […]

ଆକସନ୍ ହିଁ ପରିଚୟ
Samaya Live Picture
Published On

ବିଗତ କିଛି ବର୍ଷ ଧରି ବଲଉଡର ଆକସନ୍ ହିରୋ ଭାବେ ଟାଇଗର ସ୍ରଫ୍ଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ହିରୋପନତି, ବାଗି ୨, ୱାର ଭଳି ସିନେମାରେ ସେ ନିଜ ଆକସନର ଜଲୱା ଦର୍ଶକଙ୍କୁ ଦେଖାଇ ସାରିଛନ୍ତି । ବର୍ତ୍ତମାନ ଆଗକୁ ତାଙ୍କର ବାଗି ୪ ଆସିବାକୁ ଥିବାବେଳେ ବର୍ତ୍ତମାନ ସେ ଆଉ ଏକ ଆକସନ୍ ଫିଲ୍ମ ସାଇନ କରିଥିବା ଜଣା ପଡିଛି । ଏହି ଖବର ଜାଣିବା ପରେ ତାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ମୁରଦ ଖତେନିଙ୍କ ପ୍ରଯୋଜନା ସଂସ୍ଥା ସହିତ ସେ ଏହି ଫିଲ୍ମଟି ସାଇନ କରିଥିବା ଜଣା ପଡିଛି । ଫିଲ୍ମଟି ଆକସନରେ ଭରପୁର ରହିବ ବୋଲି ଜଣା ପଡିଛି । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭହେବ ବୋଲି ସୂଚନା ମିଳିଛି । ନିଜର ଅଭିନୟ ବଳରେ ଆକସନ୍ ଫିଲ୍ମର ବାଉଣ୍ଡ୍ରିକୁ ଟାଇଗର ଖୁବ ଲମ୍ବା କରିଚାଲିଛନ୍ତି ବୋଲି ସମୀକ୍ଷକମାନେ ମତ ଦେବା ଆରମ୍ଭ କରିଛନ୍ତି । ଫିଲ୍ମ ସମ୍ବନ୍ଧରେ ବିଶେଷ କିଛି ତଥ୍ୟ ବର୍ତ୍ତମାନ ମିଳିନାହିଁ ।

Tags: