ଅର୍ଥ ସବୁକିଛି

ଅର୍ଥ ସବୁକିଛି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିବାହ କଥା ମିଛ

ବର୍ଷକୁ ଦର୍ଶକଙ୍କୁ ଲଗାତାର ଫିଲ୍ମ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଅକ୍ଷୟ କୁମାର । ହେଲେ ନିକଟରେ ଅକ୍ଷୟଙ୍କ ନେଇ ଏକ ଷ୍ଟେଟମେଣ୍ଟ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଷ୍ଟେଟମେଣ୍ଟ ଦେଇଛନ୍ତି ଫିଲ୍ମ ମେକର ଶୈଲନ୍ଦ୍ର ସିଂହ । ତାଙ୍କ ମତରେ ଅକ୍ଷୟ କୁମାର ମନି ମାଇଣ୍ଡେଡ । ଅକ୍ଷୟ ସବୁବେଳେ ଅର୍ଥ କଥା ହିଁ ଚିନ୍ତା କରନ୍ତି । ନିକଟରେ ଏକ ସାକ୍ଷାତକାରରେ ତାଙ୍କ ସହ ଅକ୍ଷୟ କୁମାରଙ୍କ ଥିବା ଅନୁଭୂତିକୁ ସେ ବଖାଣିଛନ୍ତି । ୨୦୦୯ରେ ଏକ ଫିଲ୍ମ ଫ୍ଲପ ହେବାପରେ ସେ ଅକ୍ଷୟଙ୍କୁ କିଛି ଉତ୍ତରଦାୟିତ୍ବ ନେବାକୁ ଅନୁରୋଧ କରିଥିଲେ । ସେ ଅକ୍ଷୟଙ୍କୁ ନିଜ ଫିସରୁ କିଛି ଅଂଶ ଫେରେଇବାକୁ କହିଥିଲେ । ହେଲେ ଅକ୍ଷୟ ଏଭଳି କରିନଥିଲେ କି ତାଙ୍କୁ କିଛି ବି ଅର୍ଥ ଫେରାଇ ନଥିଲେ । ଅକ୍ଷୟଙ୍କର ତାଙ୍କ ସହିତ ଭଲ ସମ୍ପର୍କ ଥିଲା ତଥାପି ଅକ୍ଷୟ ତାଙ୍କୁ କିଛି ବି ସାହାଯ୍ୟ କରି ନଥିଲେ । ଯାହା ପରେ ସେ ଫିଲ୍ମ ପ୍ରସ୍ତୁତ କରିବା ହିଁ ବନ୍ଦ କରିଦେଇଥିଲେ । ସେହିଭଳି ଅକ୍ଷୟ ଅର୍ଥ ମାମଲାରେ ଖୁବ ଷ୍ଟ୍ରାଟେଜି କରି ଥାଆନ୍ତି । ପ୍ରଥମରୁ ତାଙ୍କର ଫିସ ଗୋଟିଏ ଥାଏ ହେଲେ ଫିଲ୍ମ ପାଇଁ କାହାଣୀ ଆଲୋଚନା ସମୟରେ ଏହି ଫିସ୍ ବଢିବଢି ଚାଲିଥାଏ ବୋଲି ଶୈଲେନ୍ଦ୍ର ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ପସନ୍ଦ ଆସୁଛି ଅଭିନୟ

Tags: