ଅନେକ ବର୍ଷ ପରେ ଏକାଠି
ଜେନିଫର ୱିଙ୍ଗେଟ୍ ଓ କରଣ ସିଂ ଗ୍ରୋବରଙ୍କୁ ଅନେକ ବର୍ଷ ପରେ ଏକାଠି ଦେଖିବାକୁ ମିଳିବ । ଦିନ ଥିଲା ଉଭୟ ଟେଲିଭିଜନ ଜଗତର ବେଶ୍ ପରିଚିତ ଯୋଡି ଥିଲେ । ଉଭୟଙ୍କୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ସେହିଭଳି ଉଭୟଙ୍କର କେବଳ ରିଲ୍ ନୁହେଁ ରିଅଲ ଯୋଡି ମଧ୍ୟ ଥିଲେ । ଉଭୟ କିଛି ବର୍ଷ ପାଇଁ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ । ହେଲେ ଏହି ବିବାହ ଅଧିକ ଦିନ ଚାଲି […]
ଜେନିଫର ୱିଙ୍ଗେଟ୍ ଓ କରଣ ସିଂ ଗ୍ରୋବରଙ୍କୁ ଅନେକ ବର୍ଷ ପରେ ଏକାଠି ଦେଖିବାକୁ ମିଳିବ । ଦିନ ଥିଲା ଉଭୟ ଟେଲିଭିଜନ ଜଗତର ବେଶ୍ ପରିଚିତ ଯୋଡି ଥିଲେ । ଉଭୟଙ୍କୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ସେହିଭଳି ଉଭୟଙ୍କର କେବଳ ରିଲ୍ ନୁହେଁ ରିଅଲ ଯୋଡି ମଧ୍ୟ ଥିଲେ । ଉଭୟ କିଛି ବର୍ଷ ପାଇଁ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ । ହେଲେ ଏହି ବିବାହ ଅଧିକ ଦିନ ଚାଲି ପାରିନଥିଲା ଏବଂ ବିଚ୍ଛେଦରେ ଶେଷ ହୋଇଥିଲା । ବିବାହ ବିଚ୍ଛେଦ ପରେ ଉଭୟଙ୍କୁ ସ୍କ୍ରିନ୍ରେ ଆଉ ଏକାଠି ଦେଖିବାକୁ ମିଳିଲା ନାହିଁ । ଉଭୟଙ୍କ ଯୋଡିଙ୍କୁ କିନ୍ତୁ ଦର୍ଶକ ସ୍କ୍ରିନ୍ରେ ମିସ୍ କରୁଥିଲେ । ହେଲେ ବର୍ତ୍ତମାନର ଖବର ଅନୁଯାୟୀ ଉଭୟଙ୍କୁ ପୁଣି ସ୍କ୍ରିନ୍ରେ ଏକାଠି ଦେଖିବାକୁ ମିଳିବ । ପାଖାପାଖି ୧୧ ବର୍ଷ ପରେ ଉଭୟ ପରଦାରେ ପୁଣି ଏକାଠି ହେବାକୁ ଯାଉଛନ୍ତି । ଉଭୟ ରିଆଲିଟି ଶୋ’ ‘ଦି ଟ୍ରେଟର୍ସ’ରେ ପୁଣି ଏକାଠି ହେବେ । ଉଭୟ ଏହି ଶୋ’ରେ ଭାଗ ନେବେ ବୋଲି ରାଜି ହୋଇଥିବା ଜଣା ପଡିଛି । ତେବେ ମେକର୍ସଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଏହି ଶୋରେ ରାଜ କୁନ୍ଦ୍ରା, ରଫ୍ତାର, ଅପୂର୍ବା ମୁଖାର୍ଜୀ, ମୁନ୍ନବର ଫାରୁକୀ, ଉର୍ଫି ଜାବେଦ, କରଣଙ୍କ କୁନ୍ଦ୍ରାଙ୍କ ଭଳି ଅନେକ ଚର୍ଚ୍ଚିତ ଚେହେରା ସାମିଲ ହେବେ ।




