ଯୁବକଙ୍କୁ ଗୁଳିମାଡ଼ ,ହସ୍ପିଟାଲରେ ଭର୍ତି
ପୋଲସରା: ଖଲ୍ଲିକୋଟ ନିର୍ବାଚନୀ ହିଂସା ପରେ ଗଞ୍ଜାମ ଜିଲ୍ଲା ପୋଲସରାରେ ଦେଖିବାକୁ ମିଳିଛି ଆଉ ଏକ ନିର୍ବାଚନୀ ହିଂସା । ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ତାଙ୍କ ନାଁ ଗଣେଶ ଖଟେଇ I ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୁଳି ଯୁବକଙ୍କ ବେକରେ ଲାଗିଛି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା […]
ପୋଲସରା: ଖଲ୍ଲିକୋଟ ନିର୍ବାଚନୀ ହିଂସା ପରେ ଗଞ୍ଜାମ ଜିଲ୍ଲା ପୋଲସରାରେ ଦେଖିବାକୁ ମିଳିଛି ଆଉ ଏକ ନିର୍ବାଚନୀ ହିଂସା । ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ତାଙ୍କ ନାଁ ଗଣେଶ ଖଟେଇ I ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୁଳି ଯୁବକଙ୍କ ବେକରେ ଲାଗିଛି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




