ବୁଲବୁଲ ଗଲାପରେ ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଲହଡ଼ି

ସମୟଲାଇଭ,୧୧/୧୧:ବାତ୍ୟା ବୁଲବୁଲ ଗଲାପରେ ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଲହଡି। ତାପମାତ୍ରା ସମାନ୍ୟ ହ୍ରାସ ପାଇବା ସହ କିଛି ସ୍ଥାନରେ ଶୀତ ଅନୁଭୂତ ହୋଇଛି। କିଛି ଜାଗାରେ ପାରଦ ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ରାଜ୍ୟର ୩ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। କନ୍ଧମାଳ ଦାରିଙ୍ଗିବାଡିରେ ସବୁଠୁ କମ ୧୩ଡିଗ୍ରି ତାପମାତ୍ରା ରେକର୍ଡ କାରାଯାଇଛି ବୋଲି ଜଣାପାଡିଛି। ତେବେ ‘ବୁଲ୍‌ବୁଲ୍‌’ରପ୍ରଭାବ ଯୋଗୁ ବଙ୍ଗୋପସାଗରରୁ ଏବେ […]

Samaya Live Picture
Published On

ସମୟଲାଇଭ,୧୧/୧୧:ବାତ୍ୟା ବୁଲବୁଲ ଗଲାପରେ ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଲହଡି। ତାପମାତ୍ରା ସମାନ୍ୟ ହ୍ରାସ ପାଇବା ସହ କିଛି ସ୍ଥାନରେ ଶୀତ ଅନୁଭୂତ ହୋଇଛି। କିଛି ଜାଗାରେ ପାରଦ ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ରାଜ୍ୟର ୩ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। କନ୍ଧମାଳ ଦାରିଙ୍ଗିବାଡିରେ ସବୁଠୁ କମ ୧୩ଡିଗ୍ରି ତାପମାତ୍ରା ରେକର୍ଡ କାରାଯାଇଛି ବୋଲି ଜଣାପାଡିଛି। ତେବେ ‘ବୁଲ୍‌ବୁଲ୍‌’ରପ୍ରଭାବ ଯୋଗୁ ବଙ୍ଗୋପସାଗରରୁ ଏବେ ସାମୁଦ୍ରିକ ପବନ ବହୁଥିବାରୁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଅଗାମୀ ଦିନରେ ରାଜ୍ୟରେ ସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ନେଇ ସୂଚନା ମିଳିଛି ଏଥିସହ ଆଗକୁ ଶିତ ବଢିବ ବୋଲି ଜଣାପଡିଛି।

Tags: