ଆଜିଠୁ ଉପକୂଳ ଓଡ଼ିଶାରେ ବୋହିବ ପବନ: ଏସଆରସି

ସମୟ ଲାଇଭ,୮/୧୧: ବାତ୍ୟା ବୁଲବୁଲର ଗତିପଥ ବଦଳିଯାଇଛି। ବାତ୍ୟା ବୁଲବୁଲ ଏବେ ବାଂଲାଦେଶ ମୁହାଁ ହୋଇଛି। କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ପର୍ଷା ହେବାର ପୂର୍ବାନୂମାନ କରିଥିଲା ପାଣିପାଗ। ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି। ଏହା ପ୍ରଭାବରେ ଆଜିଠୁ ଉତ୍ତର ଉପକୂଳ ଓଡ଼ିଶାରେ ଝିପଝିପ ବର୍ଷା ଆରମ୍ଭ ହୋଇଛି। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ […]

Samaya Live Picture
Published On

ସମୟ ଲାଇଭ,୮/୧୧: ବାତ୍ୟା ବୁଲବୁଲର ଗତିପଥ ବଦଳିଯାଇଛି। ବାତ୍ୟା ବୁଲବୁଲ ଏବେ ବାଂଲାଦେଶ ମୁହାଁ ହୋଇଛି। କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ପର୍ଷା ହେବାର ପୂର୍ବାନୂମାନ କରିଥିଲା ପାଣିପାଗ। ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି। ଏହା ପ୍ରଭାବରେ ଆଜିଠୁ ଉତ୍ତର ଉପକୂଳ ଓଡ଼ିଶାରେ ଝିପଝିପ ବର୍ଷା ଆରମ୍ଭ ହୋଇଛି। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ବାତ୍ୟା ବୁଲବୁଲ ଏବେ ଭେରି ସିଭିୟର ସାଇକ୍ଳୋନିକ ଷ୍ଟ୍ରୋମର ରୁପ ନେଇ ସ୍ଥଳଭାଭ ଆଡକୁ ମାଡିଆସୁଛି। ଏହା ପଶ୍ଚମବଙ୍ଗର ସୁନ୍ଦରବନ ଅଭିମୂଖେ ଗତିକରୁଛି।

Tags: