ବିବାହ ଭୋଜିଖାଇ ୧୫୦ ରୁ ଉର୍ଦ୍ଧ୍ବ ଅସୁସ୍ଥ

ସମୟ ଲାଇଭ,୨୮/୧ (ରାଜ ଗୁପ୍ତା) : ଗତକାଲି ବାରିପଦା ଷ୍ଟେସନ ବଜାରର ଏକ ମଣ୍ଡପରେ ଝିଅ ବାହାଘର ଭୋଜି ଖାଇବା ପରେ ପେଟରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା ଫଳରେ ବିଳମ୍ବିତ ରାତ୍ରିରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ବାରିପଦା ସହରର ତୁଳସୀ ଚଉରା ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ ତେବେ ବିବାହରେ ଭୋଜିଭାତରେ ଉଭୟ ବରଯାତ୍ରୀ ଏବଂ କନ୍ୟା ଯାତ୍ରୀ ସହ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇଥିଲେ କିନ୍ତୁ […]

Samaya Live Picture
Published On

ସମୟ ଲାଇଭ,୨୮/୧ (ରାଜ ଗୁପ୍ତା) : ଗତକାଲି ବାରିପଦା ଷ୍ଟେସନ ବଜାରର ଏକ ମଣ୍ଡପରେ ଝିଅ ବାହାଘର ଭୋଜି ଖାଇବା ପରେ ପେଟରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା ଫଳରେ ବିଳମ୍ବିତ ରାତ୍ରିରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ବାରିପଦା ସହରର ତୁଳସୀ ଚଉରା ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ ତେବେ ବିବାହରେ ଭୋଜିଭାତରେ ଉଭୟ ବରଯାତ୍ରୀ ଏବଂ କନ୍ୟା ଯାତ୍ରୀ ସହ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇଥିଲେ କିନ୍ତୁ କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପେଟରେ ଯନ୍ତ୍ରଣା ହେବ ସହ ମୁଣ୍ଡ ବୁଲାଇବାରୁ ମଧ୍ୟରାତ୍ରରେ ଡାକ୍ତର ଖାନ ରେ ଭର୍ତ୍ତି କରାଯାଇଥିଲା। ତେବେ ବୟସ୍କ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଶିଶୁ ଏବେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।  ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀ ଏବେ ବିପଦ ମୁକ୍ତ ବୋଲି ଦାୟିତ୍ୱରେ ରେ ଥିବା ଡାକ୍ତର କହିଛନ୍ତି। ତେବେ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ମେଡିକାଲ ରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବା ସୂଚନା ମିଳିଛି ।

Tags: