ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ବଜାରରେ ନିଆଁ

ସମୟ ଲାଇଭ,୫/୧୧: ବଜାରରେ ପରିବା ଦର ଅକାଶ ଛୁଆଁ। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଲୋକଙ୍କ ମନରେ ଛନକା ପଶିଲାଣି। ଆଗରୁ ତ କାର୍ତ୍ତୀକ ମାସ ପାଇଁ ପରିବାରେ ହାତ ମାରି ହେଉ ନଥିଲା ଆଉ ଆଜି ବାତ୍ୟା ଖବର ଆସୁଛି ଶୁଣି ଲୋକେ ଏବେ ଆତଙ୍କିତ। ତେଣୁ ବଜାରରେ ଏବେ ପରିବା ଦର ଆକାଶଛୁଆଁ। ତେବେ ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ […]

Samaya Live Picture
Published On

ସମୟ ଲାଇଭ,୫/୧୧: ବଜାରରେ ପରିବା ଦର ଅକାଶ ଛୁଆଁ। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଲୋକଙ୍କ ମନରେ ଛନକା ପଶିଲାଣି। ଆଗରୁ ତ କାର୍ତ୍ତୀକ ମାସ ପାଇଁ ପରିବାରେ ହାତ ମାରି ହେଉ ନଥିଲା ଆଉ ଆଜି ବାତ୍ୟା ଖବର ଆସୁଛି ଶୁଣି ଲୋକେ ଏବେ ଆତଙ୍କିତ। ତେଣୁ ବଜାରରେ ଏବେ ପରିବା ଦର ଆକାଶଛୁଆଁ। ତେବେ ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ ରଖୁଛନ୍ତି ଯାହା ଫଳରେ ପରିବା ବଜାରରେ ଲାଗିଛି ନିଆଁ ଆଉ ଦର ହୋଇଛି ଆକାଶ ଛୁଆଁ । ବଜାରରେ ପିଆଜ- ୭୦, ଆଳୁ-୨୪, ରସୁଣ- ୨୦୦, ଅଦା- ୧୫୦, ବାଇଗଣ- ୫୦, ପୋଟଳ- ୬୦, ବିଲାତି- ୫୦, ବିନସ୍- ୬୦, ବନ୍ଧାକୋବି- ୩୫ ଓ ଫୁଲକୋବି- ୬୦ ଟଙ୍କା ରହିଥିବା ଜଣାପଡିଛି ।

Tags: