ଭାଲେଣ୍ଟାଇନ୍‍ ଡେ’କୁ କରନ୍ତୁ ରଙ୍ଗୀନ, ଏହି ଉପାୟରେ…

ସମୟ ଲାଇଭ,୧୪/୨: ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍‍ ଡ଼େ ଭାବେ ପାଳନ କରାଯାଉଥିବାବେଳେ ଏହିଦିନଟିକୁ ପ୍ରେମୀଯୁଗଳ ଅପେକ୍ଷା କରି ରହିଥା’ନ୍ତି। ସାଥୀଙ୍କ ସହ କିଛି ଖାସ୍‍ ଅନୁଭୂତି ସାଉଁଟିବା ପାଇଁ ଏହି ଦିନଟିକୁ ସ୍ୱତନ୍ତ୍ର ଭାବେ ବିତାଇଥା’ନ୍ତି ପ୍ରେମୀଯୁଗଳ। ତେବେ ଜାଣନ୍ତୁ ଆପଣଙ୍କ ସାଥୀଙ୍କ ସହ ଦିନଟିକୁ କିପରି ବିତାଇଲେ ଏହା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିବ। ୧) ଉପହାର ଦିଅନ୍ତୁ : ସାଥୀଙ୍କୁ କିଛି ଉପହାର ଦିଅନ୍ତୁ। ଆପଣ ଦେଉଥିବା ଉପହାର ଏପରି ହୋଇଥିôବା […]

Samaya Live Picture
Published On

ସମୟ ଲାଇଭ,୧୪/୨: ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍‍ ଡ଼େ ଭାବେ ପାଳନ କରାଯାଉଥିବାବେଳେ ଏହିଦିନଟିକୁ ପ୍ରେମୀଯୁଗଳ ଅପେକ୍ଷା କରି ରହିଥା’ନ୍ତି। ସାଥୀଙ୍କ ସହ କିଛି ଖାସ୍‍ ଅନୁଭୂତି ସାଉଁଟିବା ପାଇଁ ଏହି ଦିନଟିକୁ ସ୍ୱତନ୍ତ୍ର ଭାବେ ବିତାଇଥା’ନ୍ତି ପ୍ରେମୀଯୁଗଳ।
ତେବେ ଜାଣନ୍ତୁ ଆପଣଙ୍କ ସାଥୀଙ୍କ ସହ ଦିନଟିକୁ କିପରି ବିତାଇଲେ ଏହା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିବ।


୧) ଉପହାର ଦିଅନ୍ତୁ : ସାଥୀଙ୍କୁ କିଛି ଉପହାର ଦିଅନ୍ତୁ। ଆପଣ ଦେଉଥିବା ଉପହାର ଏପରି ହୋଇଥିôବା ଆବଶ୍ୟକ ଯାହାକୁ ଆପଣଙ୍କ ସାଥୀ ନିଜ ପାଖରେ ରଖିପାରୁଥିବେ କିମ୍ବା ବ୍ୟବହାର କରିପାରୁଥିବେ। କେବଳ ଯେ ଦାମିକା ଜିନିଷ ସାଥୀଙ୍କ ପସନ୍ଦ ହେବ ଏ ଧାରଣା ମନରୁ ଦୂର କରିଦିଅନ୍ତୁ। ବାସ୍ତବ ପ୍ରେମରେ ଉପହାରର କହିହୁଏ ନାହିଁ ଏହା ଅମୂଲ୍ୟ ହୋଇଥାଏ।


୨) ମତାନ୍ତର ଓ ମନାନ୍ତର ଦୂର କରନ୍ତୁ : ଭାଲେଣ୍ଟାଇନ୍‍ ଡ଼େ ପୂର୍ବରୁ ଯଦ ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ରହିଥାଏ ତେବେ ସେ ସବୁକୁ ପଛରେ ପକାଇ ଉଭୟେ ଉଭୟଙ୍କ ନିକଟତର ହୁଅନ୍ତୁ।


୩)ପ୍ରତିଜ୍ଞା କରନ୍ତୁ : ସାଥୀଙ୍କ ପାଇଁ ସବୁବେଳେ ଭଲବନ୍ଧୁଟିଏ ହୋଇ ରହିବେ ବୋଲି ପ୍ରତିଜ୍ଞା କରନ୍ତୁ। ଦୁହେଁ ପରସ୍ପରଙ୍କ ପରିବାରକୁ ଯଥୋଚିତ ସମ୍ମାନ କରିବା ସହ ସାଥୀଙ୍କ ମନକଥା ବୁଝିବାକୁ ଚେଷ୍ଟା କରିବେ ବୋଲି ସାଥୀଙ୍କୁ କଥା ଦିଅନ୍ତୁ।

୪)ସମୟ ବିତାନ୍ତୁ: ସାଥୀଙ୍କ ସହ ସମୟ ବିତାଇବା ପାଇଁ ଏପରି ଏକ ସ୍ଥାନକୁ ନେଇ ଯାଆନ୍ତୁ ଯେଉଁଠାକୁ ଯିବା ଆପଣଙ୍କ ସାଥୀଙ୍କୁ ଖୁବ୍‍ ପସନ୍ଦ ଏବଂ ଆପଣ ସେଠାକୁ ତାଙ୍କୁ ନେଇଯିବା ପାଇଁ ସକ୍ଷମ।

୫) ଏକାଠି ଖାଆନ୍ତୁ: ସାଥୀଙ୍କ ସହ ଏହି ଦିନ ଏକାଠି ଖାଆନ୍ତୁ। ତେବେ କୌଣସି ବଡ଼ ରେଷ୍ଟୁରାଣ୍ଟରେ ନୁହେଁ। ସାଥୀଙ୍କୁ ନିଜ ହାତରନ୍ଧା ଖାଦ୍ୟ ପରଷନ୍ତୁ। ଏହାଦ୍ୱାରା ପରସ୍ପର ମଧ୍ୟରେ ନିବିଡ଼ତା ବଢ଼ିଥାଏ।

Tags: