ରାଜ୍ୟରେ ଏବେ ପୁଣିଥରେ ଅଜଣା ଜନ୍ତରୁ ଭୟ

ସମୟ ଲାଇଭ,୧୨/୧୧: କିଛିଦିନ ତଳେ ସମସ୍ତେ ଜାଣିଥିବେ କିଭଳିଭାବେ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁର ଭୟ ଚାରିଆଡେ ଖେଳିଯାଇଥିଲା। ଅଜଣା ଜନ୍ତୁର ଆକ୍ରମଣରେ ଅନେକ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଥିଲା। ଏବେ କିଛିଦିନର ବିରତ ପରେ ପୁଣି ଥରେ ରାଜ୍ୟରେ ଅଜଣା ଜନ୍ତୁର ଭୟ ଦେଖାଦେଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଭିଯୋଗ ହୋଇଛି କି ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ […]

Samaya Live Picture
Published On

ସମୟ ଲାଇଭ,୧୨/୧୧: କିଛିଦିନ ତଳେ ସମସ୍ତେ ଜାଣିଥିବେ କିଭଳିଭାବେ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁର ଭୟ ଚାରିଆଡେ ଖେଳିଯାଇଥିଲା। ଅଜଣା ଜନ୍ତୁର ଆକ୍ରମଣରେ ଅନେକ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଥିଲା। ଏବେ କିଛିଦିନର ବିରତ ପରେ ପୁଣି ଥରେ ରାଜ୍ୟରେ ଅଜଣା ଜନ୍ତୁର ଭୟ ଦେଖାଦେଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଭିଯୋଗ ହୋଇଛି କି ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଛି । ଜଣାପଡ଼ିଛି ଜନ୍ତୁର ଆକ୍ରମଣରେ ୧୦ଟି ମେଣ୍ଢା ଗୁରୁତର ଆହତ ହୋଇଛି । ଏହି ଗାଁର କପିଳ ମହାକୁରଙ୍କ ଗୁହାଳରେ ୫୨ଟି ମେଣ୍ଢା ଥିଲା । ଆଜି ସକାଳେ ଦେଖିବାବେଳକୁ ସେଥରୁ ୨୫ଟି ମରିକି ପଡ଼ିଥିବା ବେଳେ ୧୦ଟି ଗୁରୁତର ଭାବେ ଆହତ ହୋଇଥିଲେ। ମେଣ୍ଡା ମାନଙ୍କ ବେକ ଓ ଦେହରେ ଗଭୀର କ୍ଷତ ଚିହ୍ନ ହୋଇଛି । କପିଳ ଅଭିଯୋଗ କରିଛନ୍ତି କୌଣସି ଅଜଣା ଜନ୍ତୁ ଏହି ମେଣ୍ଢାମାନଙ୍କୁ ଆକ୍ରମଣ କରିଛି ।

Tags: