ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳକ
ନୂଆପଡ଼ା : ପୋଖରୀରେ ଗାଧୋଇଲା ବେଳେ ବୁଡି ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ I ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚୌରା ଗାଁରେ I ଗ୍ରାମର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କ ସଲିଳ ସମାଧି ହୋଇଯାଇଛି। ଦୁଇ ପିଲାଙ୍କ ନାଁ ହେଲା ବୃଷଭ ବନ୍ଦୀଛୋର (୧୦) ଓ ଅମିତ ବନ୍ଦୀଛୋର (୬) I ଘଟନାନୁସାରେ,ଗୁରୁବାର ଦିନ ପିଲା ଦୁଇ ଜଣ ସ୍କୁଲରୁ ଫେରି ଘରକୁ ନ ଯାଇ […]
ନୂଆପଡ଼ା : ପୋଖରୀରେ ଗାଧୋଇଲା ବେଳେ ବୁଡି ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ I ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚୌରା ଗାଁରେ I ଗ୍ରାମର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କ ସଲିଳ ସମାଧି ହୋଇଯାଇଛି। ଦୁଇ ପିଲାଙ୍କ ନାଁ ହେଲା ବୃଷଭ ବନ୍ଦୀଛୋର (୧୦) ଓ ଅମିତ ବନ୍ଦୀଛୋର (୬) I
ଘଟନାନୁସାରେ,ଗୁରୁବାର ଦିନ ପିଲା ଦୁଇ ଜଣ ସ୍କୁଲରୁ ଫେରି ଘରକୁ ନ ଯାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ସମୟରେ ହଠାତ୍ ସେମାନଙ୍କ ଗୋଡ଼ ଖସିଯାଇଥିଲ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ପହଞ୍ଚିବା ଆଗରୁ ଉଭୟଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ମୋନାଲି ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।




