ସରିଲା ଅବଧି, ଟ୍ରାଫିକ୍‍ ନିୟମ ଉଲଂଘନରୁ ରୁହନ୍ତୁ ନିବୃତ୍ତ!

ସମୟ ଲାଇଭ,୩୦/୧୧: ଆସନ୍ତା ଡ଼ିସେମ୍ବର ୧ ତାରିଖ ଠାରୁ ଟ୍ରାଫିକ୍‍ ବ୍ୟବସ୍ଥା ପୁଣିଥରେ କଡ଼ାକଡ଼ି ହୋଇଯିବ। ପୂର୍ବରୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ସେପ୍ଟେମ୍ବର ୧ ତାରିଖରୁ ଏହାକୁ ଟ୍ରାଫିକ ନିୟମକୁ କୋହଳ କରାଯାଇଥିଲା। ଟ୍ରାଫିକ୍‍ ନିୟମ ଅନ୍ତର୍ଭୁକ୍ତ କାଗଜପତ୍ର ସଂଗ୍ରହ କରିବା ପାଇଁ ତିନିମାସ ସମୟ ଦିଆଯାଇଥିଲା।ତେବେ ଡ଼୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସଂଗ୍ରହ କରିବାରେ ଚାଳକଙ୍କୁ ଅତିରିକ୍ତ ୩ ମାସ ସମୟସୀମା ବୃଦ୍ଧି କରାଯାଇଛି। ଡ଼ିସେମ୍ବର ୧ ତାରିଖରୁ ଯାଞ୍ଚ […]

Samaya Live Picture
Published On

ସମୟ ଲାଇଭ,୩୦/୧୧: ଆସନ୍ତା ଡ଼ିସେମ୍ବର ୧ ତାରିଖ ଠାରୁ ଟ୍ରାଫିକ୍‍ ବ୍ୟବସ୍ଥା ପୁଣିଥରେ କଡ଼ାକଡ଼ି ହୋଇଯିବ। ପୂର୍ବରୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ସେପ୍ଟେମ୍ବର ୧ ତାରିଖରୁ ଏହାକୁ ଟ୍ରାଫିକ ନିୟମକୁ କୋହଳ କରାଯାଇଥିଲା। ଟ୍ରାଫିକ୍‍ ନିୟମ ଅନ୍ତର୍ଭୁକ୍ତ କାଗଜପତ୍ର ସଂଗ୍ରହ କରିବା ପାଇଁ ତିନିମାସ ସମୟ ଦିଆଯାଇଥିଲା।ତେବେ ଡ଼୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସଂଗ୍ରହ କରିବାରେ ଚାଳକଙ୍କୁ ଅତିରିକ୍ତ ୩ ମାସ ସମୟସୀମା ବୃଦ୍ଧି କରାଯାଇଛି।
ଡ଼ିସେମ୍ବର ୧ ତାରିଖରୁ ଯାଞ୍ଚ ପ୍ରକ୍ରିିୟା ତ୍ୱରାନ୍ୱିତ ହେବ। ଟ୍ରାଫିକ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ। ତେବେ ଏନେଇ ଚାଳକମାନଙ୍କ ମଧ୍ୟ ରେ ତପିରତା ଦେଖାଦେଇଛି। ଆସନ୍ତା ଡ଼ିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ବିନା ହେଲମେଟରେ ଗାଡ଼ି ଚଳାଇଲେ କିମ୍ବା ଦୁଇଚକିଆରେ ଦୁଇରୁ ଅଧିକ ଲୋକ ଯାତ୍ରା କଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାସହ ୩ ମାସ ପାଇଁ ଳାଇସେନ୍ସ ରଦ୍ଦ କରିଦିଆଯିବ।

ସେହିପରି ଜରୁରୀକାଳିନ ନିର୍ଦ୍ଦେଶ ନ ମାନିଲେ କିମ୍ବା ବିନା ଇନ୍ସ୍ୟୁରାନ୍ସରେ ଗାଡ଼ି ଚଳାଇଲେ ୨ହଜାର ଟଙ୍କା ଫାଇନ୍‍ ଦେବାକୁ ହେବ।
ଗାଡ଼ି କାଗଜପତ୍ର ନଥିଲେ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କାର ଚାଲାଣ କଟିବ। ସେହିପରି ସିଟବେଲ୍ଟ ନବାନ୍ଧିଲେ ୧ ହଜାର ଟଙ୍କା ଓ ମଦ୍ୟପ ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟ କରାଯିବ। ତେବେ କୌଣସି ନାବାଳକ ଏପରି ନିୟମ ଉଲଂଘନ କରନ୍ତି ତେବେ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ୨୫ ହଜାର ଟଙ୍କାର ଜୋରିମାନ ଦେବାକୁ ହେବ ଏହାସହ ୩ ବର୍ଷ ପର୍ୟ୍ୟନ୍ତ ଜେଲ୍‍ ଦଣ୍ଡ ଭୋଗିବାକୁ ପଡ଼ିବ।

Tags: