ପ୍ରତ୍ୟାହୃତ ହେଲା ଆସନ୍ତାକାଲି କୋରାପୁଟ ଜିଲ୍ଲା ବନ୍ଦଡାକରା

କୋରାପୁଟ:ପ୍ରତ୍ୟାହୃତ ହେଲା ଆସନ୍ତାକାଲି କୋରାପୁଟ ଜିଲ୍ଲା ବନ୍ଦ ଡାକରା। ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲା ବନ୍ଦ ଡାକରା ଦେଇଥିଲେ କଙ୍ଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଗତକାଲି ଠାରୁ ଜିଲ୍ଲାର ୮୩ମଣ୍ଡିରୁ ୪୪ମଣ୍ଡିରେ ୪୫ହଜାର କ୍ବିଣ୍ଟାଲ ଧାନ ବର୍ତ୍ତମାନ ସୁଧା ଉଠିଥିବା ବେଳେ ଧାନ ଉଠାଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାପାଳ ଯୋଗାଣ ଅଧିକାରୀ ଡିଆରସିସି ଚାଷୀଙ୍କ ସହ ଆଲୋଚନା ପରେ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।ଆଗକୁ ଚାଷୀଙ୍କ ସହ […]

Samaya Live Picture
Published On

କୋରାପୁଟ:ପ୍ରତ୍ୟାହୃତ ହେଲା ଆସନ୍ତାକାଲି କୋରାପୁଟ ଜିଲ୍ଲା ବନ୍ଦ ଡାକରା। ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲା ବନ୍ଦ ଡାକରା ଦେଇଥିଲେ କଙ୍ଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଗତକାଲି ଠାରୁ ଜିଲ୍ଲାର ୮୩ମଣ୍ଡିରୁ ୪୪ମଣ୍ଡିରେ ୪୫ହଜାର କ୍ବିଣ୍ଟାଲ ଧାନ ବର୍ତ୍ତମାନ ସୁଧା ଉଠିଥିବା ବେଳେ ଧାନ ଉଠାଣ ପ୍ରକ୍ରିୟା ଜାରି ରହିଛି।

ଜିଲ୍ଲାପାଳ ଯୋଗାଣ ଅଧିକାରୀ ଡିଆରସିସି ଚାଷୀଙ୍କ ସହ ଆଲୋଚନା ପରେ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।ଆଗକୁ ଚାଷୀଙ୍କ ସହ ଅନ୍ୟାୟ କଲେ କାହାକୁ ଛଡାଯିବନି।କିଛି ମିଲର୍ସ ବ୍ୟାଘାତ ସୃଷ୍ଟି କରୁଥିବା ବେଳେ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କହିଛନ୍ତି ଜୟପୁର ବିଧାୟକ।

Tags: