ରେଳଧାରଣା ଉପରେ ବିଶାଳ କାୟ ଗଛ ପଡିବାରୁ ଜଙ୍ଗଲରେ ଅଟକିଲା ଟ୍ରେନ

ବେତନଟୀ : ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଆଜି ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ଖସିପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବାଧା ପ୍ରାପ୍ତ I ସୂଚନାନୁଯାୟୀ, ଆଜି ସକାଳେ ଏକ ବିଶାଳ ଶାଳଗଛ ଉପୁଡିପଡି ଟ୍ରେନ ଲାଇନ ଉପରେ ପଡିବାରୁ , ବସ୍ତା ରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଝିରେ ଅଟକି ରହିଛି | ଘଟଣାସ୍ଥଳରେ ବେତନଟୀ ଓ ରେଳବାଇ ପୁଲିସ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ […]

Samaya Live Picture
Published On

ବେତନଟୀ : ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଆଜି ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ଖସିପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବାଧା ପ୍ରାପ୍ତ I
ସୂଚନାନୁଯାୟୀ, ଆଜି ସକାଳେ ଏକ ବିଶାଳ ଶାଳଗଛ ଉପୁଡିପଡି ଟ୍ରେନ ଲାଇନ ଉପରେ ପଡିବାରୁ , ବସ୍ତା ରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଝିରେ ଅଟକି ରହିଛି | ଘଟଣାସ୍ଥଳରେ ବେତନଟୀ ଓ ରେଳବାଇ ପୁଲିସ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା କାମ ଆରମ୍ଭ କରିଛନ୍ତି | ପରେ ବିଦ୍ୟୁତ ସରବରାହ ଠିକ କରିବାକୁ ଇଞ୍ଜିନିୟର ଓ କର୍ମଚାରୀ ଖଡ଼ଗପୁରରୁ ଆସିବା ନେଇ ସୂଚନା ମିଳିଛି | ବହୁ ସମୟ ଧରି ଟ୍ରେନଟି ଜଙ୍ଗଲ ମଧ୍ୟରେ ଅଟକି ରହିବାରୁ ଯାତ୍ରୀମାନେ ହଇରାଣ ହେଉଥିବାର ଦେଖିବାକୁ ମିଳିଛି |

Tags: