ନଦୀରେ ଭାସିଗଲେ ଛାତ୍ର

କେନ୍ଦ୍ରାପଡା : ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସି ଚିତ୍ରତ୍ପୋଳା ନଦୀରେ ଭାସିଗଲେ ଛାତ୍ର । ନିଖୋଜ ଛାତ୍ର ଜଣଙ୍କ ହେଲେ କେନ୍ଦ୍ରାପଡା ପାଟକୁରା ଜଗନ୍ନାଥପୁର ଗାଁର କୌଶିକ ବାରିକ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛନ୍ତି । ସୂଚନା ଅନୁଯାୟୀ ଆଜି କୌଶିକ ନିଜ ସାଙ୍ଗମାନଙ୍କ ସହ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ଭାସିଯାଇଥିଲେ। ସାଙ୍ଗମାନେ କୌଶିକଙ୍କୁ ଉଦ୍ଧାର […]

Samaya Live Picture
Published On

କେନ୍ଦ୍ରାପଡା : ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସି ଚିତ୍ରତ୍ପୋଳା ନଦୀରେ ଭାସିଗଲେ ଛାତ୍ର । ନିଖୋଜ ଛାତ୍ର ଜଣଙ୍କ ହେଲେ କେନ୍ଦ୍ରାପଡା ପାଟକୁରା ଜଗନ୍ନାଥପୁର ଗାଁର କୌଶିକ ବାରିକ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛନ୍ତି ।

ସୂଚନା ଅନୁଯାୟୀ ଆଜି କୌଶିକ ନିଜ ସାଙ୍ଗମାନଙ୍କ ସହ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ଭାସିଯାଇଥିଲେ। ସାଙ୍ଗମାନେ କୌଶିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ଉଦ୍ଧାର କରିପାରି ନଥିଲେ । ପରେ ଘଟଣା ବିଷୟରେ କୌଶିକଙ୍କ ପରିବାରଙ୍କୁ ଜଣାଇଥିଲେ। ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

Tags: