ବ୍ୟାଗ ରୁ ମିଳିଲା ଶିଶୁକନ୍ୟା ର ମୃତଦେହ ,ସନ୍ଦେହ ରେ ବାପା ଅଟକ

ଖଣ୍ଡଗିରି : ଖଣ୍ଡଗିରି ଅଂଚଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଜଣେ ବ୍ୟକ୍ତି ଏକ ବ୍ୟାଗ ରେ ଜଣେ ୮ ମାସ ର ଶିଶୁ କନ୍ୟା ର ମୃତ ଦେହ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା I ତେବେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତି ଙ୍କୁ ଅଟକ ରଖି ନିର୍ଦ୍ଧୁମ ମାଡ଼ ମାରିଥିଲେ ଅଞ୍ଚଳ ବାସୀ । ଖବର ଅନୁଯାୟୀ, ଆଇଗିଣିଆର ଏକ ବସ୍ତିରେ ନିଜ ପରିବାର ସହ ରହୁଥିଲେ […]

Samaya Live Picture
Published On

ଖଣ୍ଡଗିରି : ଖଣ୍ଡଗିରି ଅଂଚଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଜଣେ ବ୍ୟକ୍ତି ଏକ ବ୍ୟାଗ ରେ ଜଣେ ୮ ମାସ ର ଶିଶୁ କନ୍ୟା ର ମୃତ ଦେହ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା I ତେବେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତି ଙ୍କୁ ଅଟକ ରଖି ନିର୍ଦ୍ଧୁମ ମାଡ଼ ମାରିଥିଲେ ଅଞ୍ଚଳ ବାସୀ ।

ଖବର ଅନୁଯାୟୀ, ଆଇଗିଣିଆର ଏକ ବସ୍ତିରେ ନିଜ ପରିବାର ସହ ରହୁଥିଲେ ସନ୍ତୋଷ ସାହୁ । ସୋମବାର ହଠାତ ସନ୍ତୋଷଙ୍କ ୮ ମାସ ର ଶିଶୁକନ୍ୟା ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ନକରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁକନ୍ୟାଟିର ମୃତ ଦେହ କୁ ହସ୍ପିଟାଲରୁ ଏକ ବ୍ୟାଗ୍‌ ଯୋଗେ ଘରକୁ ଆଣୁଥିଲେ ସନ୍ତୋଷ । ଏହାପରେ ସେଠାରୁ ଅନ୍ତିମ ସଂସ୍କାର ପାଇଁ ନେଇଥାନ୍ତେ । କିନ୍ତୁ ରାସ୍ତାରେ କିଛି ଲୋକେ କିଛି ସନ୍ଦେହ କରି ସନ୍ତୋଷଙ୍କୁ ଅଟକାଇଥିଲେ । ସେ ଧରିଥିବା ବ୍ୟାଗ୍‌କୁ ଯାଞ୍ଚ କରିଥିଲେ । ବ୍ୟାଗ୍‌ ରେ ଶିଶୁକନ୍ୟାର ମୃତଦେହ ଦେଖି ସନ୍ଦେହ ରେ ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଘଟଣା ର ସମାଧାନ କରିବା ସହ ଅଧିକ ତଦନ୍ତ ଚଳାଇଛି I

Tags: