ଗୋଟିଏ ଦିନରେ ୩ ପୋଲିସ ବାବୁ ନିଲମ୍ବିତ

ସମୟ ଲାଇଭ,୧୮/୧୦: ଆକ୍ସନ ମୁଡରେ ରାଜ୍ୟ ସରକାର, ୫ଟି ଲାଗିଲା ପରେ ଯେମିତି ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର ଆଉ ଗୋଟିଏ ପରେ ଗୋଟିଏ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଏବେ ସରକାର। କ୍ଷମତାର ଅପବ୍ୟବହାର ପାଇଁ ଆଜି ଗୋଟିଏ ଦିନରେ ତିନି ଜଣ ପୋଲିସ ବାବୁଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର ସେମାନେ ହେଲେ ସବଇନିସ୍ପେକ୍ଟର ବନମାଳୀ ନାୟକ, କିଶୋର କୁମାର ବାଗ ଓ ବିିରବର ଲେଙ୍କା । ଏହା ବାଦ୍ ନୟାଗଡ ପୋଲିସ ଦୁଇଜଣଙ୍କୁ ମଧ୍ୟ […]

Samaya Live Picture
Published On

ସମୟ ଲାଇଭ,୧୮/୧୦: ଆକ୍ସନ ମୁଡରେ ରାଜ୍ୟ ସରକାର, ୫ଟି ଲାଗିଲା ପରେ ଯେମିତି ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର ଆଉ ଗୋଟିଏ ପରେ ଗୋଟିଏ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଏବେ ସରକାର। କ୍ଷମତାର ଅପବ୍ୟବହାର ପାଇଁ ଆଜି ଗୋଟିଏ ଦିନରେ ତିନି ଜଣ ପୋଲିସ ବାବୁଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର ସେମାନେ ହେଲେ ସବଇନିସ୍ପେକ୍ଟର ବନମାଳୀ ନାୟକ, କିଶୋର କୁମାର ବାଗ ଓ ବିିରବର ଲେଙ୍କା । ଏହା ବାଦ୍ ନୟାଗଡ ପୋଲିସ ଦୁଇଜଣଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରିଛି। ଓଡ଼ିଶା ପୋଲିସ୍ ସର୍ଭିସ କୋର୍ଡ-୭୧ ଅନୁସାରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଡ଼ିଜି ଅଫିସ୍ରୁ ସୂଚନା ମିଳିଛି।
ସବଇନିସ୍ପେକ୍ଟର ବନମାଳୀ ନାୟକ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରେ ଥିବା ବେଳେ କ୍ଷମତାର ଅପବ୍ୟବହାର କରି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ତେଣୁ ସେ ପୋଲିସର ବିଶ୍ୱସନୀୟତା ହରାଇ ସାରିଛନ୍ତି,ନିଜର ଚାକିରି ସମୟ ସୀମା ଆହୁରୀ ୪ବର୍ଷ ଥିବାବେଳେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛଇ ବୋଲି ନିଜ ଟ୍ୱିଟ ଯୋଗେ ପ୍ରତିକ୍ରିଆ ଦେଇଛନ୍ତି ପୋଲିସ ଡ଼ିଜି।

Tags: