ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଅପ୍ରେଲ ୨୯: ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇବେ ଭକ୍ତ। ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଆଗାମୀ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହୋଇଛି ଦର୍ଶନ ବ୍ୟବସ୍ଥା। ବଡ଼ଦାଣ୍ଡରୁ ବ୍ୟାରିକେଡ୍ ହଟିିବା ପରେ ପ୍ରଶାସନଏହି ପଦକ୍ଷେପ ନେଇଛି। କରୋନା କଟକଣା ପରଠୁ ପଶ୍ଚିମ […]

Samaya Live Picture
Published On

ପୁରୀ: ଅପ୍ରେଲ ୨୯: ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇବେ ଭକ୍ତ। ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଆଗାମୀ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହୋଇଛି ଦର୍ଶନ ବ୍ୟବସ୍ଥା। ବଡ଼ଦାଣ୍ଡରୁ ବ୍ୟାରିକେଡ୍ ହଟିିବା ପରେ ପ୍ରଶାସନଏହି ପଦକ୍ଷେପ ନେଇଛି। କରୋନା କଟକଣା ପରଠୁ ପଶ୍ଚିମ ଦ୍ୱାରରେ କେବଳ ପୁରୀ ବାସିନ୍ଦାମାନେ ହିଁ ପ୍ରବେଶ ସହ ଦର୍ଶନର ସୁଯୋଗ ପାଉଥିଲେ। ହେଲେ ଆଜିଠୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି।