୬୦ରୁ ଉର୍ଦ୍ଧ୍ବ ସାପଛୁଆ ଉଦ୍ଧାର

ସମୟ ଲାଇଭ,୨୭/୪( ରାଜ ଗୁପ୍ତା): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁରୁ ୬୦ରୁ ଉର୍ଦ୍ଧ୍ବ ସାପଛୁଆ ଉଦ୍ଧାର ହୋଇଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁର ଅଂଚଳର ଜଣେ ବ୍ୟକ୍ତିଙ୍କ ଘରେ ଥିବା ଖତଗଦା ନିକଟରେ ଗ୍ରାମର ଛୋଟପିଲାମାନେ ଖେଳୁଥିବା ବେଳେ ଅନେକ ଗୁଡିଏ ଅଣ୍ଡା ଦେଖିବାକୁ ପାଇଥିଲେ। ଅନ୍ୟମାନଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସାପ ଅଣ୍ଡା ବୋଲି ସନ୍ଦେହ କରି ସଙ୍ଗେ ସଙ୍ଗେ […]

Samaya Live Picture
Published On

ସମୟ ଲାଇଭ,୨୭/୪( ରାଜ ଗୁପ୍ତା): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁରୁ ୬୦ରୁ ଉର୍ଦ୍ଧ୍ବ ସାପଛୁଆ ଉଦ୍ଧାର ହୋଇଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁର ଅଂଚଳର ଜଣେ ବ୍ୟକ୍ତିଙ୍କ ଘରେ ଥିବା ଖତଗଦା ନିକଟରେ ଗ୍ରାମର ଛୋଟପିଲାମାନେ ଖେଳୁଥିବା ବେଳେ ଅନେକ ଗୁଡିଏ ଅଣ୍ଡା ଦେଖିବାକୁ ପାଇଥିଲେ। ଅନ୍ୟମାନଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସାପ ଅଣ୍ଡା ବୋଲି ସନ୍ଦେହ କରି ସଙ୍ଗେ ସଙ୍ଗେ ଅଭିଜ୍ଞ ସାପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଗ୍ରାମବାସୀ ଖବର ଦେଇଥିଲେ। କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୬୦ରୁ ଉର୍ଦ୍ଧ୍ବ ସାପଛୁଆ ଉଦ୍ଧାର କରିଥିଲେ। ଯାହା ଗ୍ରାମର ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା। ପରେ ଉଦ୍ଧାର ସାପଛୁଆ ଗୁଡିକ ନେଇ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଦିଆଯାଇଥିବା ସୂଚନା ମିଳିଛି |

Tags: