ଭିଏଲଡ଼ବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ସମୟ ଲାଇଭ୍‍, ୧୮/୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଭିଏଲଡ଼ବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଦେଶ କଂଗ୍ରେସ କମିଟି କ୍ଷୋଭ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ପ୍ରେସମିଟରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପୋଲିସ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଖସାଇଦେବା ସହ ପ୍ରମାଣ ନଷ୍ଟ କରିବାକୁ ପୋଲିସ୍‍ ଚେଷ୍ଟା କରୁଥିବା ସେ […]

Samaya Live Picture
Published On

ସମୟ ଲାଇଭ୍‍, ୧୮/୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଭିଏଲଡ଼ବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଦେଶ କଂଗ୍ରେସ କମିଟି କ୍ଷୋଭ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ପ୍ରେସମିଟରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପୋଲିସ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଖସାଇଦେବା ସହ ପ୍ରମାଣ ନଷ୍ଟ କରିବାକୁ ପୋଲିସ୍‍ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି। କେବଳ ଠିକାଦାର ରୂପେଶ ନୁହଁନ୍ତି ବରଂ ତାଙ୍କର ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କୁ ପୋଲିସ୍‍ ସୁରକ୍ଷା ଦେଉଥିବା କହିଛନ୍ତି।
ସୂଚନା ଥାଉ କି, ଏହି ପ୍ରେସମିଟ୍‍ରେ ଧର୍ମଶାଳା କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ସ୍ମୃତିରେଖା ପହି ମଧ୍ୟ ଉପସ୍ଥିତ ଥିଲେ।

Tags: