ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ସମୟ ଲାଇଭ,୧/୧୧: ଆରମ୍ଭ ହେବାକୁ ପିକନିକ ସିଜିନ ଆଉ ଏହାକୁ ଆଖିଆଗରେ ରଖି ଆଜିଠୁ ଖୋଲୁଛି ରାଜ୍ୟର ସବୁଠୁ ବଡ଼ ଅଭୟାରଣ୍ୟ। ବର୍ଷା ପାଇଁ ଗତ ଜୁନ ମାସରୁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ଖୋଲିଛି। ଥମ ଦିନରେ ବାରିପଦା, ଲୁଲୁଙ୍ଗ ଦେଇ ୧୫ଟି ଗାଡି ଶିମିଳିପାଳ ମଧ୍ୟକୁ ଯାଇଛି । ଏହି ଦୁଇ ପଥ ବ୍ୟତୀତ ଯଶିପୁର, କାଳିଆପାଣି ଗେଟ ଦେଇ ମଧ୍ୟ ଶିମିଳିପାଳକୁ ଯାଇହେବ । ପ୍ରଥମ ଦିନରେ ୧୦୧ ଜଣ ପର୍ୟ୍ୟଟକ […]

Samaya Live Picture
Published On

ସମୟ ଲାଇଭ,୧/୧୧: ଆରମ୍ଭ ହେବାକୁ ପିକନିକ ସିଜିନ ଆଉ ଏହାକୁ ଆଖିଆଗରେ ରଖି ଆଜିଠୁ ଖୋଲୁଛି ରାଜ୍ୟର ସବୁଠୁ ବଡ଼ ଅଭୟାରଣ୍ୟ। ବର୍ଷା ପାଇଁ ଗତ ଜୁନ ମାସରୁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ଖୋଲିଛି।

ଥମ ଦିନରେ ବାରିପଦା, ଲୁଲୁଙ୍ଗ ଦେଇ ୧୫ଟି ଗାଡି ଶିମିଳିପାଳ ମଧ୍ୟକୁ ଯାଇଛି । ଏହି ଦୁଇ ପଥ ବ୍ୟତୀତ ଯଶିପୁର, କାଳିଆପାଣି ଗେଟ ଦେଇ ମଧ୍ୟ ଶିମିଳିପାଳକୁ ଯାଇହେବ । ପ୍ରଥମ ଦିନରେ ୧୦୧ ଜଣ ପର୍ୟ୍ୟଟକ ଯାଇଥିବା ସୂଚନା ରହିଛି । ଏହା ଚଳିତ ସିଜିନର ପ୍ରଥମ ଦିନ ।

ଅଭୟାରଣ୍ୟ ମଧ୍ୟକୁ ମଦ୍ୟ ସାମଗ୍ରୀ, ପ୍ଲାଷ୍ଟିକ, ଅଗ୍ନି ବାହକ ସାମଗ୍ରୀ ନେବା ଉପରେ ରୋକ ଲଗାଯାଇଛି । ଅଭୟାରଣ୍ୟ ସକାଳ ୮ଟାରୁ ଖେଲିବ । ତେଣୁ ୮ଟା ସୁଦ୍ଧା ପର୍ୟ୍ୟଟକ ଗେଟରେ ଅନୁମତି ପତ୍ର ପାଇପାରିବେ । ଏହା ବ୍ୟତୀତ ପର୍ୟ୍ୟଟକଙ୍କ ପାଇଁ ଜଣେ ଲେଖା ଗାଇଡ ମଧ୍ୟ ଏବେ ବାଧ୍ୟତାମୂଳକ କରାଯାଇଛି ।

Tags: