ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବେ ମଧ୍ୟାହ୍ନ ଭୋଜନ
ସମୟ ଲାଇଭ୍, ୨୯/୧୧: ଏଣିକି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି। ୧୦୦ରୁ ଅଧିକ ପିଲା ଥିବା ସ୍କୁଲରେ ଲାଗୁ ହେବ ଏହି ନିୟମ। ପ୍ରାଥମିକ ପର୍ଯ୍ୟାୟରେ ୧୫ହଜାର ସ୍କୁଲରେ ଲାଗୁ ହେବ ଏହି ନିୟମ। ସେହିପରି ଖାଦ୍ୟର ମାନ ଓ ପରିଚ୍ଛନ୍ନତା ପାଇଁ ଦାୟୀ ରହିବେ ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ଭୋଜନ ଯୋଜନାର ସମୀକ୍ଷା ଜିଲ୍ଳାପାଳ କରିବେ। ଦିନ ସାଢ଼େ ୧୨ଟା ପୂର୍ବରୁ ମଧ୍ୟାହ୍ନ ଭୋଜନ ବିଦ୍ୟାଳୟରେ ପହଞ୍ଚିବେ। […]
ସମୟ ଲାଇଭ୍, ୨୯/୧୧: ଏଣିକି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି। ୧୦୦ରୁ ଅଧିକ ପିଲା ଥିବା ସ୍କୁଲରେ ଲାଗୁ ହେବ ଏହି ନିୟମ। ପ୍ରାଥମିକ ପର୍ଯ୍ୟାୟରେ ୧୫ହଜାର ସ୍କୁଲରେ ଲାଗୁ ହେବ ଏହି ନିୟମ। ସେହିପରି ଖାଦ୍ୟର ମାନ ଓ ପରିଚ୍ଛନ୍ନତା ପାଇଁ ଦାୟୀ ରହିବେ ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ଭୋଜନ ଯୋଜନାର ସମୀକ୍ଷା ଜିଲ୍ଳାପାଳ କରିବେ। ଦିନ ସାଢ଼େ ୧୨ଟା ପୂର୍ବରୁ ମଧ୍ୟାହ୍ନ ଭୋଜନ ବିଦ୍ୟାଳୟରେ ପହଞ୍ଚିବେ। ସେହିପରି ଶନିବାର ଦିନ ସକାଳ ୯ଟା ପୂର୍ବରୁ ପହଞ୍ଚିବ ଖାଦ୍ୟ। ତେବେ ପିଲାଙ୍କୁ ଖାଦ୍ୟ ପରଷାଯିବା ପୂର୍ବରୁ ସ୍କୁଲର ପ୍ରଧାନଶିକ୍ଷକ ଖାଦ୍ୟ ଚାଖିବେ।
ପ୍ରତି ମାସରେ ବିଇଓ ଖର୍ଚ୍ଚର ବିବରଣୀ ଡ଼ିଇଓଙ୍କୁ ଦେବେ। ତେବେ ୩ମାସ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଚାଉଳ ଯୋଗାଇ ଦିଆଯିବ।
ତେବେ ସରକାରଙ୍କ ଏହି ଯୋଜନାକୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱାଗତ ଜଣାିଛନ୍ତି।
ତେବେ ସରକାରଙ୍କ ଏପରି ପଦକ୍ଷେପ ଦ୍ୱାରା ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ ଅଧିକ ସମୟ ମିଳିବ। ଏହାଦ୍ୱାରା ଶିକ୍ଷାବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
Tags:




