ସମୟ ପରିବାରର ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ
ଭୁବନେଶ୍ୱର: ଜୁଲାଇ ୦୧: ଆଜି ପବିତ୍ର ଗୁଣ୍ଡିଚା ଯାତ୍ରାରେ ସମୟ ପରିବାର ପାଇଁ ଦୁଖଃଦ ଖବର । ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି । ଆଜି ଫଟୋ ଉତ୍ତଳନ ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ଖବର ରହିଛି । ବାଇକରେ ପୁରୀ ଯାଉଥିବା ବେଳେ ଅଜଣା ଗାଡ଼ି […]
ଭୁବନେଶ୍ୱର: ଜୁଲାଇ ୦୧: ଆଜି ପବିତ୍ର ଗୁଣ୍ଡିଚା ଯାତ୍ରାରେ ସମୟ ପରିବାର ପାଇଁ ଦୁଖଃଦ ଖବର । ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି । ଆଜି ଫଟୋ ଉତ୍ତଳନ ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ଖବର ରହିଛି । ବାଇକରେ ପୁରୀ ଯାଉଥିବା ବେଳେ ଅଜଣା ଗାଡ଼ି ସହ ଅଶୋକଙ୍କ ଗାଡ଼ି ଧMା ହୋଇଥିଲା । ସାତଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୈନିକ ଖବରକାଗଜ ସମୟ ସହ ସାମ୍ବାଦିକ ଅଶୋକ ପଣ୍ଡା ଦୀର୍ଘ ୨୫ ବର୍ଷ ଧରି ଜଡ଼ିତ ଥିଲେ । ହଠାତ ଅଶୋକ ପଣ୍ଡାଙ୍କ ଦେହାନ୍ତ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

ସାମ୍ବାଦିକଙ୍କ ଏପରି ଦୁଃଖଦ ସମୟରେ ସମୟ ଖବର କାଗଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟ କଂଗେସ କାଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଏବଂ ସମୟ ପରିବାରର ସମସ୍ତ ସଦ୍ୟସ ପହଞ୍ଚିଥିଲେ । ପ୍ରତିଷ୍ଠିତ ଭୁବନେଶ୍ୱରର ସାମ୍ବାଦିକ ବନ୍ଧୁଗଣ କ୍ୟାପିଟାଲ ଥାନା ଅଧିକାରୀ ଏସିପି ନିର୍ମଳ ଶତପଥି, କନକ ଟିଭି ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରମୁଖ ପହଞ୍ଚି କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।
ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଅଶୋକଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛଦ ହୋଇ ସମୟ ମୁଖ୍ୟ କାଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଅଶୋକଙ୍କ ପରିବାର ପ୍ରତି ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସମୟ ଖବର କାଗଜ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ତାଙ୍କର ଏହି ଅକାଳ ବିୟୋଗରେ ସମୟ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।




