ସ୍କୁଲ ବସକୁ ଧକ୍କା ଦେଲା ଟ୍ରଲର:୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ:ସ୍କୁଲ ବସ୍ କୁ ଧକ୍କା ଦେଲା ଟ୍ରଲର। ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। କେହି ଗୁରୁତର ଆହତ ନାହାନ୍ତି। ସାମାନ୍ୟ ଆହତ ମ ହୋଇଛନ୍ତି ସମସ୍ତେ।ଧକ୍କା ଦେଇଥିବା ଟ୍ରଲର୍ ଡ୍ରାଇଭର୍ ଫେରାର ।ଢେଙ୍କାନାଳର ଏକ ଘରୋଇ ସ୍କୁଲ ବସ ସକାଳୁ ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେଏହି ଦୁର୍ଘଟଣା ଘଟିଛି। […]

Samaya Live Picture
Published On

ଢେଙ୍କାନାଳ:ସ୍କୁଲ ବସ୍ କୁ ଧକ୍କା ଦେଲା ଟ୍ରଲର। ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। କେହି ଗୁରୁତର ଆହତ ନାହାନ୍ତି। ସାମାନ୍ୟ ଆହତ ମ ହୋଇଛନ୍ତି ସମସ୍ତେ।ଧକ୍କା ଦେଇଥିବା ଟ୍ରଲର୍ ଡ୍ରାଇଭର୍ ଫେରାର ।ଢେଙ୍କାନାଳର ଏକ ଘରୋଇ ସ୍କୁଲ ବସ ସକାଳୁ ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି। ଡ୍ରାଇଭରକୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛି।

ଅନ୍ୟପଟେ ଆହତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହସପିଟାଲରେ ସ୍କୁଲ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ପହଞ୍ଚି ପିଲାଙ୍କୁ ଚିକିତ୍ସା କରାଇବା ସହ ଘରକୁ ପଠାଇ ଦେଇଛନ୍ତି।

Tags: