ଇଡି ଦଖଲରେ ସାରଥୀଙ୍କ ସମ୍ପତ୍ତି

ସମୟ ଲାଇଭ୍‍,୧୪/୧୨: ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଲ ଜାମିନ ରେ ମୁକୁଳିବା ପରେ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି। ଏଯାଏ ସେ କେଉଁଠିରେ ରହୁଛନ୍ତି ତାହା ପ୍ର୍ରଶାବାଚୀ ହୋଇ ଝୁଲୁଥିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି )ବାରିମୂଳ ସାରଥି ଆଶ୍ରମ ଜମିକୁ ଇତିମଧ୍ୟରେ ନିଜ ଦାଖଲକୁ ନେଇସାରିଛି । ଏବେ ଆଶ୍ରମ ପରିଚାଳନା କଥା ବୁଝାବୁଝି କରୁଥିବା ସତ୍ୟମ ଚାରିଟେବୁଲ ଟ୍ରଷ୍ଟ ସମ୍ପତି, ଟ୍ରଷ୍ଟ ସହ ଜଡିତ ସାରଥୀ ର କିଛି ସହ ଯୋଗୀଙ୍କ […]

Samaya Live Picture
Published On

ସମୟ ଲାଇଭ୍‍,୧୪/୧୨: ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଲ ଜାମିନ ରେ ମୁକୁଳିବା ପରେ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି। ଏଯାଏ ସେ କେଉଁଠିରେ ରହୁଛନ୍ତି ତାହା ପ୍ର୍ରଶାବାଚୀ ହୋଇ ଝୁଲୁଥିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି )ବାରିମୂଳ ସାରଥି ଆଶ୍ରମ ଜମିକୁ ଇତିମଧ୍ୟରେ ନିଜ ଦାଖଲକୁ ନେଇସାରିଛି । ଏବେ ଆଶ୍ରମ ପରିଚାଳନା କଥା ବୁଝାବୁଝି କରୁଥିବା ସତ୍ୟମ ଚାରିଟେବୁଲ ଟ୍ରଷ୍ଟ ସମ୍ପତି, ଟ୍ରଷ୍ଟ ସହ ଜଡିତ ସାରଥୀ ର କିଛି ସହ ଯୋଗୀଙ୍କ ସମ୍ପତ୍ତି ଓ ଟ୍ରଷ୍ଟରୁ ଉପାଜିତ ଅର୍ଥରେ କିଣା ସମ୍ପତିକୁ ନିଜ ଦଖଲକୁ ନେଇଛି ଇଡି । ନାଗୀଶ୍ୱରପୁରର ସୁରେନ୍ଦ୍ର ମାଲିକ, କଟକ ଲାଲବାଗ ଥାନା ଅଂଚଳର ରବୀନ୍ଦ୍ର କୁମାର ପଟ୍ଟନାୟକ, ବାରିମୂଳର ସରୋଜ ରାଉତଙ୍କ ମାଲିକାନାରେ ଥିବା ୩ଟି ଜମି( ପ୍ଲଟ)କୁ ଇଡି ଏ ଭିତରେ ଦଖଲକୁ ନେଇଛି ।

Tags: