ଭିଜିଲାନ୍ସ ଜାଲରେ ଆରଆଇ
ଜଗତସିଂପୁର : ଭିଜିଲାନ୍ସ ଜାଲରେ ପଡ଼ିଲେ ଆରଆଇ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ୍ ଅଧୀନ ବାହାରଣା ସର୍କଲର ଆରଆଇ ରମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ରମାକାନ୍ତ ବେହେରା ତାଙ୍କ ସର୍କଲ ଅନ୍ତର୍ଗତ ସାରେଣା ଗ୍ରାମର ନିକୁଞ୍ଜ କିଶୋର ସ୍ଵାଇଁଙ୍କ ଠାରୁ ଏକ ପାଟିସେନ କେସ୍କୁ ରଫାଦଫା କରିବାକୁ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ପୂର୍ବରୁ ନିକୁଞ୍ଜ କଟକ […]
ଜଗତସିଂପୁର : ଭିଜିଲାନ୍ସ ଜାଲରେ ପଡ଼ିଲେ ଆରଆଇ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ୍ ଅଧୀନ ବାହାରଣା ସର୍କଲର ଆରଆଇ ରମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।
ରମାକାନ୍ତ ବେହେରା ତାଙ୍କ ସର୍କଲ ଅନ୍ତର୍ଗତ ସାରେଣା ଗ୍ରାମର ନିକୁଞ୍ଜ କିଶୋର ସ୍ଵାଇଁଙ୍କ ଠାରୁ ଏକ ପାଟିସେନ କେସ୍କୁ ରଫାଦଫା କରିବାକୁ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ପୂର୍ବରୁ ନିକୁଞ୍ଜ କଟକ ଭିଜିଲାନ୍ସ ରେ ଜଣାଇଥିଲେ I ଆଜି ରମାକାନ୍ତ ଲାଞ୍ଚ ତାଙ୍କ ଗ୍ରହଣ କରୁତିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜଗତସିଂହପୁର ଓ କଟକ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ମାଡି ବସିଥିଲେ I ଏହା ସହିତ ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଉଦ୍ଧାର କରିଥିଲେ I ଏଥି ସହିତ ଭିଜିଲାନ୍ସ ବିଭାଗ ମିଳିତ ଭାବେ ତାଙ୍କର ୨ଟି ସ୍ଥାନରେ ଚଢାଉ କରୁଛନ୍ତି । ରମାକାନ୍ତଙ୍କ କଣ୍ଟିଲୋ ସ୍ଥିତ ପୈତୃକ ବାସଭବନ ଓ କିଷନନଗର ଭଡା ଘରେ ରେଡ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ I




