ରାନୀ ପଣ୍ଡାଙ୍କ ମହାନତା
ସମୟ ଲାଇଭ୍,୨୭/୩: ରାନୀ ପଣ୍ଡା ଦେଖାଇଛନ୍ତି ମହାନତା। ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଦେଶ ଭାରତ ତଥା ରାଜ୍ୟ ଓଡ଼ିଶା ମଧ୍ୟ କରୋନାର ପ୍ରକୋପରୁ ବାଦ ପଡ଼ିନି। ଏପରି ସମୟରେ ଅନେକ ବ୍ୟକ୍ତି କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ତେବେ ଆଇଟମ୍ ଡ଼୍ୟାନ୍ସର ତଥା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସୂଚନା […]
ସମୟ ଲାଇଭ୍,୨୭/୩: ରାନୀ ପଣ୍ଡା ଦେଖାଇଛନ୍ତି ମହାନତା। ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଦେଶ ଭାରତ ତଥା ରାଜ୍ୟ ଓଡ଼ିଶା ମଧ୍ୟ କରୋନାର ପ୍ରକୋପରୁ ବାଦ ପଡ଼ିନି। ଏପରି ସମୟରେ ଅନେକ ବ୍ୟକ୍ତି କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ତେବେ ଆଇଟମ୍ ଡ଼୍ୟାନ୍ସର ତଥା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ସୂଚନା ଥାଉ କି, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନିମାସର ଦରମା ଏହି ପାଣ୍ଠିକୁ ପ୍ରଦାନ କରିଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସୁର ରାଉତରାୟ ପ୍ରମୁଖ ସହାୟତା ସ୍ୱରୂପ ଆର୍ଥିକ ରାଶି ପ୍ରଦାନ କରିଛନ୍ତି।
Tags:




