ପୁଣି ବର୍ଷିବ

ସମୟ ଲାଇଭ୍‍,୨୮/୧୦: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଫଳରେ ରାଜ୍ୟରେ ତିନିଦିନ ଧରି ବର୍ଷା ଲାଗି ରହିଥିଲା। ଗୋଟିଏ ଦିନ ପାଗ ଶୁଖିଲା ରହିଲା ପରେ ପୁଣିଥରେ ରାଜ୍ୟର ୩ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତର ଆଶଙ୍କା ସୃଷ୍ଟି ହୋଇଛି। ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ତିନିଦିନ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାଜଳ ସମସ୍ୟା […]

Samaya Live Picture
Published On

ସମୟ ଲାଇଭ୍‍,୨୮/୧୦: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଫଳରେ ରାଜ୍ୟରେ ତିନିଦିନ ଧରି ବର୍ଷା ଲାଗି ରହିଥିଲା। ଗୋଟିଏ ଦିନ ପାଗ ଶୁଖିଲା ରହିଲା ପରେ ପୁଣିଥରେ ରାଜ୍ୟର ୩ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତର ଆଶଙ୍କା ସୃଷ୍ଟି ହୋଇଛି।
ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗରୁ ସତର୍କ ସୂଚନା ଜାରି କରାଯାଇଛି।
ତେବେ ତିନିଦିନ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାଜଳ ସମସ୍ୟା ଦେଖିବାକୁ ମିଳିଥିଲା ଏହା ସହ ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଥିଲ।।
ତେବେ ପୁଣିଥରେ ବର୍ଷା ଓ ବଜ୍ରପାତ ସୂଚନା ପାଇବା ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

Tags: