ପ୍ରଥମାଷ୍ଟମୀରେ ଚଳଚଞ୍ଚଳ ଓଡ଼ିଶା

ସମୟ ଲାଇଭ୍‍,୨୦/୧୧: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଉଥିବାବେଳେ ଆଜି ସାରା ରାଜ୍ୟରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଯାଇଛି। ଘର ବଡ଼ ପୁଅକୁ ଘରର ଉତ୍ତରାଧିକାରୀ ଓ ବଡ଼ ଝିଅକୁ ଘରର ଲକ୍ଷ୍ମୀ ତଥା ସମ୍ମାନ ବୋଲି ବିଚାର କରାଯାଇଥାଏ। ଏଣୁ ଏହିଦିନ ଘରର ବଡ଼ ପୁଅ ଝିଅଙ୍କୁ ପୂଜା କରାଯିବା ବିଧାନ ରହିଛି। ମା’ ମାନେ ଷଠି ଦେବୀଙ୍କୁ ପୂଜା କରିବା ସହ ପିଲାମାନଙ୍କ ଦୀର୍ଘାୟୁ କାମନା କରିଥା’ନ୍ତି। ସେହିପରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କଳସ […]

Samaya Live Picture
Published On

ସମୟ ଲାଇଭ୍‍,୨୦/୧୧: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଉଥିବାବେଳେ ଆଜି ସାରା ରାଜ୍ୟରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଯାଇଛି। ଘର ବଡ଼ ପୁଅକୁ ଘରର ଉତ୍ତରାଧିକାରୀ ଓ ବଡ଼ ଝିଅକୁ ଘରର ଲକ୍ଷ୍ମୀ ତଥା ସମ୍ମାନ ବୋଲି ବିଚାର କରାଯାଇଥାଏ। ଏଣୁ ଏହିଦିନ ଘରର ବଡ଼ ପୁଅ ଝିଅଙ୍କୁ ପୂଜା କରାଯିବା ବିଧାନ ରହିଛି। ମା’ ମାନେ ଷଠି ଦେବୀଙ୍କୁ ପୂଜା କରିବା ସହ ପିଲାମାନଙ୍କ ଦୀର୍ଘାୟୁ କାମନା କରିଥା’ନ୍ତି। ସେହିପରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କଳସ ବସାଯାଇଥାଏ। ଘରେ ଘରେ ଏଣ୍ଡୁରୀ ପିଠା ଓ ଘାଣ୍ଟ ତରକାରୀ ପ୍ରସ୍ତୁତ କରାଯିବା ସହ ସନ୍ତାନମାନେ ନୂଆ ପୋଷାକ ପିନ୍ଧି ଉତ୍ସବ ପାଳନ କରିଛନ୍ତି।

Tags: