ଫେଲ୍‍ ମାରିଲା ପଲିଥିନ୍‍ମୁକ୍ତ ଦଶହରା

ସମୟ ଲାଇଭ୍‍,୧୬/୧୦: ଗାନ୍ଧୀ ଜୟନ୍ତୀ ଠାରୁ ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ବ୍ୟାନ୍‍ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ। ପଲିଥିନ୍‍ ବ୍ୟବହାର ଉପରେ ରୋକ୍‍, ବ୍ୟବସାୟୀଙ୍କ ଠାରୁ ପଲିଥିନ୍‍ ଜବତ୍‍ ସହ ମହଜୁଦ୍‍କାରୀଙ୍କ ଠାରୁ ପଲିଥିନ୍‍ ଜବତ ସହ ଜୋରିମାନା ଆଦାୟ କରାଯାଇଥିଲା। ତେବେ ପ୍ରଶାସନର ଏହି ତାଗିଦକୁ ଦଶହରାରେ ଫୁ କରିଦିଆଯାଇଛି। ପୂଜା ମଣ୍ଡପର କମିଟି କର୍ତ୍ତା ଯେଉଁ ପଲିଥିନ୍‍ ମୁକ୍ତ ପାର୍ବଣ କଥା କହୁଥିଲେ ତାହା ଫେଲ୍‍ ମାରିଛି। ପୂଜା ସରିବା ପରେ ସହରର […]

Samaya Live Picture
Published On

ସମୟ ଲାଇଭ୍‍,୧୬/୧୦: ଗାନ୍ଧୀ ଜୟନ୍ତୀ ଠାରୁ ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ବ୍ୟାନ୍‍ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ। ପଲିଥିନ୍‍ ବ୍ୟବହାର ଉପରେ ରୋକ୍‍, ବ୍ୟବସାୟୀଙ୍କ ଠାରୁ ପଲିଥିନ୍‍ ଜବତ୍‍ ସହ ମହଜୁଦ୍‍କାରୀଙ୍କ ଠାରୁ ପଲିଥିନ୍‍ ଜବତ ସହ ଜୋରିମାନା ଆଦାୟ କରାଯାଇଥିଲା। ତେବେ ପ୍ରଶାସନର ଏହି ତାଗିଦକୁ ଦଶହରାରେ ଫୁ କରିଦିଆଯାଇଛି।
ପୂଜା ମଣ୍ଡପର କମିଟି କର୍ତ୍ତା ଯେଉଁ ପଲିଥିନ୍‍ ମୁକ୍ତ ପାର୍ବଣ କଥା କହୁଥିଲେ ତାହା ଫେଲ୍‍ ମାରିଛି। ପୂଜା ସରିବା ପରେ ସହରର ଅଧିକାଂଶ ପୂଜା ମଣ୍ଡପ ନିକଟରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଥିବାବେଳେ ସେଥିରେ ପ୍ଲାଷ୍ଟିକ ପଲିଥିନ୍‍ ଗଦା ହୋଇଥିବା ଦେଖିବାକୁ ମିଳିଛି। ପୂଜା ସମୟରେ ବ୍ୟବସାୟୀମାନେ ବେଲାଗମ ପଲିଥିନ ବ୍ୟବହାର କରିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା। ଅନ୍ୟପଟେ ପୂଜା କମିଟି କର୍ତ୍ତା ଓ ପ୍ରଶାସନ ପରସ୍ପର ଉପରେ କାଦୁଆ ଫିଙ୍ଗିବା ଆରମ୍ଭ କରିଦେଇଛନ୍ତି। ପୂଜା ସମୟରେ କେହି ଶ୍ରଦ୍ଧାଳୁ ପଲିଥିନ ବ୍ୟବହାର କରୁଥିବା ନଜରରେ ପଡ଼ି ନାହିଁ କହି ପୂଜା ମଣ୍ଡପ କମିଟି କର୍ତ୍ତା ସଫେଇ ଦେଇଛନ୍ତି। ତେବେ ଏତେ ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ଆସିଲା କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ସେହିପରି ଞ୍ଜପ୍ରଶାସନ କଡ଼ା ପଦକ୍ଷେପ ନେବା ପରେ ପଲିଥିନ୍‍ କେଉଁଠୁ ଆସିଲା ବୋଲି କମିଟି କର୍ମକର୍ତ୍ତାମାନେ ପ୍ରଶାସନକୁ ପାଲଟା ପ୍ରଶ୍ନ କରିଛନ୍ତି।।

Tags: