ସ୍ପଞ୍ଜ କାରଖାନରୁ କଳା ଧୂଆଁ ନିର୍ଗତ, ପ୍ରଦୂଷଣ ବଳୟରେ ବଣାଇ

ବଣାଇ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ସମଗ୍ର ଦେଶରେ ତାପମାନ ବୃଦ୍ଧି ପାଉଛି । ଏବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିଛି । ଏହାର ସୁଯୋଗ ନେଇ ବଣାଇ ଅଞ୍ଚଳରେ ଥିବା ବିଭିନ୍ନ ସ୍ପଞ୍ଜ କାରଖାନାରୁ ପ୍ରଦୂଷଣ ନିୟମକୁ ଖିଲାପ କରି ଅହରହ କାରଖାନାରୁ କଳାଧୂଆଁ ଛାଡି ଦେଉଥିହବାରୁ ଏ ଅଞ୍ଚଳରେ ଅଞ୍ଚଳ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରୁଥିବାବେଳେ ତୁରନ୍ତ ଏହାର ପ୍ରତିକାର ନ କଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନ ପନ୍ଥା […]

Samaya Live Picture
Published On

ବଣାଇ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ସମଗ୍ର ଦେଶରେ ତାପମାନ ବୃଦ୍ଧି ପାଉଛି । ଏବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିଛି । ଏହାର ସୁଯୋଗ ନେଇ ବଣାଇ ଅଞ୍ଚଳରେ ଥିବା ବିଭିନ୍ନ ସ୍ପଞ୍ଜ କାରଖାନାରୁ ପ୍ରଦୂଷଣ ନିୟମକୁ ଖିଲାପ କରି ଅହରହ କାରଖାନାରୁ କଳାଧୂଆଁ ଛାଡି ଦେଉଥିହବାରୁ ଏ ଅଞ୍ଚଳରେ ଅଞ୍ଚଳ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରୁଥିବାବେଳେ ତୁରନ୍ତ ଏହାର ପ୍ରତିକାର ନ କଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । କେତେକ ସରପଞ୍ଚ ଏନେଇ ଅଧିକ ବିଚାର ବିମର୍ଷ ଓ ଆଲୋଚନା କରୁଥିବା ଜଣାପଡିଛି ।

ସ୍ପଞ୍ଜ କାରଖାନରୁ କଳା ଧୂଆଁ ନିର୍ଗତ, ପ୍ରଦୂଷଣ ବଳୟରେ ବଣାଇ

ଘଟଣାରୁ ପ୍ରକାଶ ବଣାଇଗଡ ସହର ସନ୍ନିକଟ ଏକ କିଲୋମିଟର ଦୂରତା ମଧ୍ୟରେ ରହିଥିବା ଠାକୁରମା ଗ୍ରାମରେ ବିଶାଲ ମେଟାଲିକ୍ସ ଓ ବରହାମୂଷା ଗ୍ରାମରେ ଏସଏନ ମହାନ୍ତି ଏଣ୍ଡ ପାୱାର କାରଖାନା, ରିଲାଏବୁଲ, ଶ୍ରୀହରି, ଶିବ ମେଟାଲିକ୍ସ, ଓରସ୍‌, ମା କାଳୀ କାର୍ଯ୍ୟ କରୁଛି । ବିଶେଷ କରି ଏହି ଦୁଇଟି କାରଖାନା ଯୋଗୁଁ ବଣାଇଗଡ ସହର ସମେତ ବିସିପାଲି, ଠାକୁରମା, ବରହ୍‌ାମୂଷା, ପାଣ୍ଡୁରିଶିଲା, ନୂଆପାଲି, କେନ୍ଦ୍ରିକଳା, ଦରେଇକଳା, ଉପରପଡା, ଉପରବାହାଳ ପ୍ରମୁଖ ଗ୍ରାମ ଗୁଡିକ ପ୍ରଦୂଷଣ ଯୋଗୁଁ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି ।

କାରଖାନା ଗୁଡିକ ପ୍ରଦୂଷଣ ଆଇନକୁ ନ ମାନି ଅହରହ ଭାବେ କାରଖାନା ଚିମନିରୁ ଅନାୟସ ଭାବେ କଳା ଧୂଆଁ ସମେତ କୋଇଲା ଗୁଣ୍ଡ ବାୟୁ ମଣ୍ଡଳକୁ ଛାଡୁଛନ୍ତି । ଯଦ୍ୱାରା ଏବେ ସାରା ଅଞ୍ଚଳ କଳାଧୂଆଁରେ ପରିପୂର୍ଣ୍ଣ ହୋଇଯାଉଥିବାବେଳେ ଏହାର ପ୍ରଭାବ ଆଖ ପାଖ ଗ୍ରାମ ଗୁଡୁକରେ ଦେଖିବାକୁ ମିଳିଛି । କୋଇଲା ଗୁଣ୍ଡ ଗୁଡିକ ବିଭିନ୍ନ ପନିପରିବା ଚାଷଠାରୁ ଆରମ୍ଭ କରି ଚାଷ କମି ଏବଂ ଜଳାଶୟରେ ପଡୁଥିବାରୁ ଏଠାରେ କୋଇଲା ଗୁଣ୍ଡର ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି । ଏହି କୋଇଲା ଗୁଣ୍ଡ ମିଶା ଖାଦ୍ୟ ପଦାର୍ଥ ଖାଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନେ ବହୁ ଦୂରାରୋଗରେ ପୀଡିତ ହେଉଛନ୍ତି ।

ସ୍ପଞ୍ଜ କାରଖାନରୁ କଳା ଧୂଆଁ ନିର୍ଗତ, ପ୍ରଦୂଷଣ ବଳୟରେ ବଣାଇ

ଏପରିକି ଏ ଅଞ୍ଚଳରେ ଥିବା ଭୂତଳ ଜଳ ବୋରେୱଲ ଯୋଗେ ଗ୍ରାମବାସୀ ସଂଗ୍ରହ କରି ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଦୂଷିତ ପାନୀୟ ଜଳ ପିଇ ବହୁ ଗ୍ରାମବାସୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିବାବେଳେ ଆଉ ଅନ୍ୟ କେତେକ ଏବେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ବର୍ତ୍ତମାନ କରୋନା ମହାମାରୀ ସମୟରେ କୌଣସି ଅଧିକାରୀ ଏହି କାରଖାନା ଗୁଡିକୁ ତଦାରଖ କରୁନଥିବାରୁ କାରଖାନାର ମାଲିକ ଏହାର ସୁଯୋଗ ନେଇ ଖୁଲମଖୁଲା ଭାବେ ପ୍ରଦୂଷଣ ବୃଦ୍ଧି କରିବାରେ ଲାଗିଛନ୍ତି । ସେହିପରି ସ୍ଥାନୀୟ ପ୍ରଶାସନ ଅଧିକାରୀ ଏବଂ ରାଜନୈତିକ ନେତୃବୃନ୍ଦ କାରଖାନା ମାଲିକଙ୍କ ହାତ ବାରିସି ସାଜି ଉକ୍ତ କାରଖାନା ଗୁଡିକ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏ ବିଷୟରେ କାରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ମୋନେ ବିଭିନ୍ନ ଆଳ ଦେଖାଇ କାରଖାନା ଆମର ନୁହେଁ, ଆମେ ଭଡାରେ ନେଇ ଚଳାଉଛୁ ବୋଲି ଉତ୍ତର ଦେଉଛନ୍ତିି । ଯାହା କାର୍ଯ୍ୟାନୁଷ୍ଠାନ ନେବେ ଏହା ମାଲିକ କହିବେ ବୋଲି କହୁଛନ୍ତି । ବିଭାଗର ଉଚ୍ଚ କତ୍‌ତୃପକ୍ଷ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ନେଇ କଳା ଧୂଆଁ ବଳୟରୁ ବଣାଇକୁ ରକ୍ଷା କରିବା ପାଇଁ ଜନସାଧାରଣଙ୍କର ଦାବି ହେଉଛି ।