ବାଣ କାରୀଗରଙ୍କ ଉପରେ ସରକାରଙ୍କ ରୋଷ
ସମୟ ଲାଇଭ,୧୯/୧୦: ଦିପାବଳୀକୁ ଆଉ ଦିନ କେଇଟା ବାକି ରହିଲା। ଆଉ ଦିପାବଳୀ ଆସିଲେ ସମସ୍ତଙ୍କର ମନେପଡେ ବାଣ ଏବଂ ଦୀପର କଥା। ଧନୀଠୁ ଗରିବ ସମସ୍ତେ ମସଗୁଲ ହୋଇପଡନ୍ତି ଏହି ପର୍ବରେ। ସେଥିପାଇଁ ବାଣ କାରୀଗର ବି ଥାଏ ବ୍ୟସ୍ତ,ପରିବାରର ସବୁ ସଦସ୍ୟ ଲାଗିପଡନ୍ତି ବାଣ ତିଆରିରେ। ଆଉ ବାଣ ଭିଡି ବଜାରରେ ବିକ୍ରି କରି ଭଲ ଦୁଇ ପଇସା କରି ଗୁଜୁରାଣ ମେଣ୍ଟାଇବା ଆଶାରେ ଦିନ ରାତି ଲାଗିପଡିଥାଏ ବାଣ ତିଆରିରେ। ହେଲେ ଏବେ […]
ସମୟ ଲାଇଭ,୧୯/୧୦: ଦିପାବଳୀକୁ ଆଉ ଦିନ କେଇଟା ବାକି ରହିଲା। ଆଉ ଦିପାବଳୀ ଆସିଲେ ସମସ୍ତଙ୍କର ମନେପଡେ ବାଣ ଏବଂ ଦୀପର କଥା। ଧନୀଠୁ ଗରିବ ସମସ୍ତେ ମସଗୁଲ ହୋଇପଡନ୍ତି ଏହି ପର୍ବରେ। ସେଥିପାଇଁ ବାଣ କାରୀଗର ବି ଥାଏ ବ୍ୟସ୍ତ,ପରିବାରର ସବୁ ସଦସ୍ୟ ଲାଗିପଡନ୍ତି ବାଣ ତିଆରିରେ। ଆଉ ବାଣ ଭିଡି ବଜାରରେ ବିକ୍ରି କରି ଭଲ ଦୁଇ ପଇସା କରି ଗୁଜୁରାଣ ମେଣ୍ଟାଇବା ଆଶାରେ ଦିନ ରାତି ଲାଗିପଡିଥାଏ ବାଣ ତିଆରିରେ।
ହେଲେ ଏବେ ଯେମିତି ସେମାନଙ୍କ ଖୁସିରେ ଭଟ୍ଟା ପକାଇ ଦେଇଛି ପ୍ରଶାସନର କଠୋର ନିୟମ। ଆମେ କହୁଛୁ କଟକ ଜିଲ୍ଲା ସାଲେପୁର ତ୍ରୀଲୋଚନପୁର ଗାଁର କଥା। ଯାହାକୁ ବାଣ ପାଇଁ ଓଡ଼ିଶାର ଶୀବକାଶୀ ବୋଲି କୁହାଯାଏ। ଏଠାରେ ହାତ ତିଆରି ରଙ୍ଗ ବେରଙ୍ଗର ଅନେକ ବାଣ ମିଳେ, ସ୍ଥାନୀୟ ଆଖପାଖ ଅଞ୍ଚଳ ସହ କଟକ ଜିଲ୍ଲା ଓ ବାହାରୁ ମଧ୍ୟ ଲୋକେ ଆସି ବାଣ ନେଇଥାନ୍ତି। ହେଲେ ବର୍ଷ ବର୍ଷ ଧରି କୈାଳିକ ବୃତ୍ତିକୁ ପେଶା କରି ଚଳି ଆସୁଥିବା ଏହି କାରୀଗର ମାନଙ୍କ ବେଉଷା ଏକରକମ ବନ୍ଦ ହୋଇଯାଇଛି କହିଲେ ଚଳେ। କାରଣ ସରକାର ଏବେ ଏମାନଙ୍କ ଉପରେ ଲଗାଇଚନ୍ତି ରୋକ। ପୋଲିସ ଆଉ ପ୍ରଶାସନର ଅତର୍କିତ ଚଢାଉରେ ବାଣ ତିଆରି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୋଲିସର ଗିରଫ ଭୟକୁ ଆଖିରେ ରଖି ବାଣ କାରିଗରମାନେ ବାଣ ତିଆରି କରିବା ବନ୍ଦ କରିଦେଇଛନ୍ତି।
Tags:




