ଏଣିକି ଅନଲାଇନରେ ଉପସ୍ଥାନ ଦେବେ ଛାତ୍ରଛାତ୍ରୀ ଓ ଶିକ୍ଷକ

ସମୟ ଲାଇଭ,୨୫/୧୦ :ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଯୁଗାନ୍ତକାରୀ ପରୀିବର୍ତ୍ତନ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଏଣିକି ପିଲାମାନେ କି ସାର ମାନେ ଆଉ ଠକି ପାରିବେ ନାହିଁ। କାରଣ ଏଥର ସ୍କୁଲରେ ଲାଗୁ ହେବାକୁ ଯାଉଛି ଇ-ଉପସ୍ଥାନ ବା ଅନଲାଇନ୍‍ ପ୍ରେଜେଣ୍ଟ। ପ୍ରଥମେ ଗୋଟିଏ ଜିଲ୍ଳାର ଗୋଟିଏ ସ୍କୁଲରେ ଏହି ପାଇଲଟ ପ୍ରୋଜେକ୍ଟକୁ ଲାଗୁ ହେବ। ଏହ ଫଳରେ ବିଦ୍ୟାଳୟର ସବୁ ତଥ୍ୟ ବିଷୟରେ ଜାଣିହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା […]

Samaya Live Picture
Published On
ସମୟ ଲାଇଭ,୨୫/୧୦ :ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଯୁଗାନ୍ତକାରୀ ପରୀିବର୍ତ୍ତନ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଏଣିକି ପିଲାମାନେ କି ସାର ମାନେ ଆଉ ଠକି ପାରିବେ ନାହିଁ। କାରଣ ଏଥର ସ୍କୁଲରେ ଲାଗୁ ହେବାକୁ ଯାଉଛି ଇ-ଉପସ୍ଥାନ ବା ଅନଲାଇନ୍‍ ପ୍ରେଜେଣ୍ଟ। ପ୍ରଥମେ ଗୋଟିଏ ଜିଲ୍ଳାର ଗୋଟିଏ ସ୍କୁଲରେ ଏହି ପାଇଲଟ ପ୍ରୋଜେକ୍ଟକୁ ଲାଗୁ ହେବ। ଏହ ଫଳରେ ବିଦ୍ୟାଳୟର ସବୁ ତଥ୍ୟ ବିଷୟରେ ଜାଣିହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସ୍କୁଲ ସ୍ତରରେ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟରେ ୧୦୦ଟି ବିଦ୍ୟାଳୟକୁ ସ୍କୁଲ୍‍ ଅଫ ଏକ୍ସେଲେନ୍ସି ଭାବେ ଚିହ୍ନଟ କରାଯିବ। ଏବଂ ପାଠ୍ୟ ପୁସ୍ତକରେ ସ୍ପୋକେନ୍‍ ଇଂଲିସ ଶିକ୍ଷା ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏଥି ସହିତ ନୂଆ ଷ୍ଟୁଡେଣ୍ଟ ହେଲ୍ପ ଲାଇନ ମଧ୍ୟ ୧୪୪୧୭୧ ହେଇଛି।
Tags: