ଐତିହାସିକ ଅଯୋଧ୍ୟା ରାୟ ପରେ ସଜାଗ ଓଡ଼ିଶା ପୋଲିସ

ସମୟ ଲାଇଭ,୯/୧୧:ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମଭୂମି ଘଟଣାରେ ରାୟ ଆସିବା ପରେ ସଜାଗ ହୋଇ ଉଠିଛି ଓଡ଼ିଶା ପୋଲିସ। ବିଶେଷକରି ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ ନକରିବା ନେଇ ଓଡ଼ିଶା ପୋଲିସ ନଜର ରଖିଛି। ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଏହି ଘଟଣାକୁ କେନ୍ଦ୍ର୍‍କରି କିଛି ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ ଡ଼ିଜିପି। ମ୍ବେଦନଶୀଳ ଜିଲ୍ଲାରେ ପର୍ୟ୍ୟାପ୍ତ ପୁଲିସ ମୁତୟନ ଥିବା ସହ ସ୍ଥିତି ଉପରେ […]

Samaya Live Picture
Published On

ସମୟ ଲାଇଭ,୯/୧୧:ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମଭୂମି ଘଟଣାରେ ରାୟ ଆସିବା ପରେ ସଜାଗ ହୋଇ ଉଠିଛି ଓଡ଼ିଶା ପୋଲିସ। ବିଶେଷକରି ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ ନକରିବା ନେଇ ଓଡ଼ିଶା ପୋଲିସ ନଜର ରଖିଛି। ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଏହି ଘଟଣାକୁ କେନ୍ଦ୍ର୍‍କରି କିଛି ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ ଡ଼ିଜିପି। ମ୍ବେଦନଶୀଳ ଜିଲ୍ଲାରେ ପର୍ୟ୍ୟାପ୍ତ ପୁଲିସ ମୁତୟନ ଥିବା ସହ ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ଶାନ୍ତି ବଜାୟ ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ମୋବାଇଲ ପାଟ୍ରୋଲିଙ୍ଗଙ୍କୁ କଡାକଡି କରାଯାଇଛି । ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖାଯାଇଛି, ଯେପରିକି ଉତ୍ତେଜନାମୂଳକ ଟ୍ୱିଟ କିମ୍ବା ପୋଷ୍ଟ ଦ୍ୱାରା ହିଂସା ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ରଖାଯାଇଛି ।

Tags: