ଗୋଟିପୁଅ ନୃତ୍ୟଗୁରୁ ବୀରବରଙ୍କ ପରଲୋକ

ସମୟ ଲାଇଭ୍‍,୩୦/୧୦: ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କ ଦେହାନ୍ତ ହୋଇଛି। ଖୋର୍ଦ୍ଧାସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୧୯୩୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିରବର । ୨୦୦୮-୦୯କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମି ପୁରସ୍କାର , ୧୯୯୮ରେ ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ଏବଂ ୨୦୧୨ରେ ଗୁରୁ କେଳୁଚରଣ […]

Samaya Live Picture
Published On

ସମୟ ଲାଇଭ୍‍,୩୦/୧୦: ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କ ଦେହାନ୍ତ ହୋଇଛି। ଖୋର୍ଦ୍ଧାସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।
୧୯୩୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିରବର । ୨୦୦୮-୦୯କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମି ପୁରସ୍କାର , ୧୯୯୮ରେ ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ଏବଂ ୨୦୧୨ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୯୮ ରୁ ୨୦୦୮ ପର୍ୟ୍ୟନ୍ତ କୋଣାର୍କ ନାଟ୍ୟ ମଣ୍ଡପ ସହ ଜଡିତ ଥିଲେ ।

Tags: