ନିର୍ଭୟା ମାମଲା: ଶୁଣାଣୀ ବେଳେ ବେହୋସ ହେଲେ ବିଚାରପତି

ସମୟ ଲାଇଭ୍‍,୧୪/୨: ନିର୍ଭୟା ମାମଲାର ଅଭିଯୁକ୍ତ ବିନୟ ଶର୍ମାଙ୍କ ଏକ ଯାଚିକା ଉପରେ ଶୁଣାଣି କରିବା ସମୟରେ ଜଷ୍ଟିସ୍‍ ଭାନୁମତି ବେହୋସ ହୋଇପଡ଼ିଥିବା ଜଣାପଡ଼ିଛି। ଶୁଣାଣି ସମୟରେ ହଠାତ୍‍ ଅସୁସ୍ଥ ଅନୁଭବ କରିବା ସହ ବ୍ଲଡ଼୍‍ ପ୍ରେସର ବଢ଼ିବାରେ ଲାଗିଥିଲା। ଏମିତିକି ତାଙ୍କୁ ଜ୍ୱର ମଧ୍ୟ ରହିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ରାୟ ଶୁଣାଣିର ଠିକ୍‍ ପୂର୍ବରୁ ହିଁ ସେ ବେହୋସ ହୋଇପଡ଼ିଥିଲେ। ହ୍ୱିଲ୍‍ ଚେୟାରରେ ତାଙ୍କୁ ତାଙ୍କ ଚାମ୍ବରକୁ ନିଆଯିବା ପରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। […]

Samaya Live Picture
Published On

ସମୟ ଲାଇଭ୍‍,୧୪/୨: ନିର୍ଭୟା ମାମଲାର ଅଭିଯୁକ୍ତ ବିନୟ ଶର୍ମାଙ୍କ ଏକ ଯାଚିକା ଉପରେ ଶୁଣାଣି କରିବା ସମୟରେ ଜଷ୍ଟିସ୍‍ ଭାନୁମତି ବେହୋସ ହୋଇପଡ଼ିଥିବା ଜଣାପଡ଼ିଛି। ଶୁଣାଣି ସମୟରେ ହଠାତ୍‍ ଅସୁସ୍ଥ ଅନୁଭବ କରିବା ସହ ବ୍ଲଡ଼୍‍ ପ୍ରେସର ବଢ଼ିବାରେ ଲାଗିଥିଲା। ଏମିତିକି ତାଙ୍କୁ ଜ୍ୱର ମଧ୍ୟ ରହିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ରାୟ ଶୁଣାଣିର ଠିକ୍‍ ପୂର୍ବରୁ ହିଁ ସେ ବେହୋସ ହୋଇପଡ଼ିଥିଲେ। ହ୍ୱିଲ୍‍ ଚେୟାରରେ ତାଙ୍କୁ ତାଙ୍କ ଚାମ୍ବରକୁ ନିଆଯିବା ପରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଏଥିରେ ଶୁଶାଣି ସ୍ଥଗିତ ରଖିବା ସହ ପରେ ରାୟ ଶୁଣାଣି କରାଯିବ ବୋଲି ଶୁଣାଣୀ ପଇଁ ଗଠିତ ଖଣ୍ଡପୀଠ ସୂଚନା ଦେଇଛନ୍ତି।

Tags: